ଜଙ୍ଗଲରେ ନିଆଁ, ବନବିଭାଗ ନିଦରେ

0
66

ଯୋଡା: ଦିନକୁ ଦିନ ଖରା ବଢ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହେବାକୁ ଲାଗିଛି । ଏଥିସହିତ ଜଙ୍ଗଲର ନିଆଁ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ ବଢ଼ାଇ ଦେଉଛି । କାରଣ ନିଆଁ ଦ୍ୱାରା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ନଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁରୁ ଉତ୍ପନ୍ନ ହେଉଥିବା ଧୂଆଁ ପରିବେଶକୁ ଅତ୍ୟନ୍ତ ଦୁର୍ବିସହ କରି ପକାଉଛି । ଗୁରୁବାର ଅପରାହ୍ନରେ ହଠାତ୍ ଯୋଡା ଖଣି ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ପଛପାଶ୍ୱର୍ ଜଙ୍ଗଲରେ ନିଆଁ ଲାଗି ଡିଡିଏମ୍ କଲୋନୀ ପାଚେରି ପର୍ଯ୍ୟନ୍ତ ବ୍ୟାପୀ ଆସିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ପଦକ୍ଷେପ ନନେବା ଡିଡିଏମ୍ଙ୍କ ଭୂମିକାକୁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ସମୟ ପରେ ଖବର ପାଇ ଯୋଡା ବନବିଭାଗଙ୍କ ସହ ଅଗ୍ନିଶମ ବିଭାଗ ଡିଡିଏମ୍ କଲୋନୀରେ ପହଞ୍ଚô ପ୍ରାୟ ଏକଘଣ୍ଟା କାଳ ଉଦ୍ୟମ ପରେ କଲୋନୀ ସନ୍ନିକଟରେ ବ୍ୟାପୁଥିବା ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଜଙ୍ଗଲରେ ନିଆଁ ଲାଗିବା ଫଳରେ ବଣରେ ରହୁଥିବା ପଶୁ, ପକ୍ଷୀ, ଜୀବଜନ୍ତୁଙ୍କ ଜୀବନ ବିପନ୍ନ ହୋଇପଡିଥିବା ବେଳେ ଧୂଆଁରେ ଭରିଯାଉଛି ପରିବେଶ ଫଳରେ ଆଖି ପୋଡାଜଳା ହେବା ସହ ଗରମର ମାତ୍ରା ବଢିବାରେ ଲାଗିଛି । ସରକାର ବନବିଭାଗ ତରଫରୁ ନିଆଁ ଲିଭାଇବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି କି କେବଳ ନାମକୁ ମାତ୍ର ତାହା ଚାଲିଛି ବୁଝାପଡୁନି । ତେବେ ଆଗକୁ ଆହୁରି ଖରାର ପ୍ରକୋପ ବଢିବାରେ ଲାଗିବା ସହ ଏଭଳି ଯଦି ଜଙ୍ଗଲ ଜଳିବ ତେବେ ଜୀବନ ପୁଣିଥରେ ଦୁର୍ବିସହ ହୋଇପଡିବ । ଜଙ୍ଗଲ ନିଆଁ ଲାଗିଥିଲେ ମଧ୍ୟ ବନବିଭାଗ ଏହାକୁ ପ୍ରତିହତ କରିବା ଦିଗରେ ପଦକ୍ଷେପ ନନେଇ ନୀରବ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଏଥିପ୍ରତି ସାଧାରଣରେ ସଚେତନତା ସୃଷ୍ଟି କରିବା ସହ ବନବିଭାଗର ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜନସାଧାରଣରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here