ବିଜୟ ମାଲ୍ୟାଙ୍କ ତୃତୀୟ ବିବାହ !

0
184

ଲଣ୍ଡନ: ଷ୍ଟେଟ ବ୍ୟାଙ୍କ ସମୂହଗୁଡିକରୁ ମାଲ୍ୟା ପ୍ରାୟ 9ହଜାର କୋଟି ଟଙ୍କାର ରୁଣ ନେଇଥିବାବେଳେ ଏହି ଟଙ୍କା ଆଦାୟ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଊଦ୍ୟମ କରୁଥିବା ବେଳେ ଲିକର ବ୍ୟାରୋନ ବିଜୟ ମାଲ୍ୟା ତୃତୀୟ ଥର ପାଇଁ ବିବାହ କରିବାକୁ ଯାଊଛନ୍ତି ।
ବିଜୟ ମାଲ୍ୟା ଗତ 2016 ମସିହାରୁ ଭାରତ ଛାଡି ପଳାଇଛନ୍ତି ।

ବ୍ୟାଙ୍କରୁ ଟଙ୍କା ହଡପ ଘଟଣାରେ ଛନ୍ଦି ହୋଇ ପଡିଥିବା ।ଏହି ମହାନ ବ୍ୟକ୍ତି ଜଣଙ୍କ ଗଲା ତିନି ବର୍ଷ ଧରି ପିଙ୍କି ଲାଲୱାନୀ ନାମକ ଜଣେ ଏୟାର ହଷ୍ଟେସଙ୍କ ସହିତ ସଂପର୍କ ରଖି ଆସିଥିବା ମହିଳାଙ୍କୁ ବିବାହ କରିବେ ।ଲାଲୱାନୀ ଗତ ତିନି ବର୍ଷ ହେବ 62 ବର୍ଷୀୟ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନର ହାର୍ଟଫୋର୍ଡଠାରେ ରହି ଆସୁଛନ୍ତି ।ଲାଲୱାନୀଙ୍କୁ କିଙ୍ଗ ଫିସର ଏୟାର ଲାଇନରେ ଏୟାର ହୋଷ୍ଟେସଭାବେ ନିଯୁକ୍ତି ଦେବା ପରଠାରୁ ବିଜୟ ମାଲ୍ୟା ତାଙ୍କ ସହିତ ଡେଟିଂ କରି ଆସୁଛନ୍ତି ।

ସୂଚନା ମୂତ।ବକ ବିଜୟ ମାଲ୍ୟ ଗତ 1986-87 ମସିହାରେ ସମୀରା ନାମ୍ନୀ ଅନ୍ୟ ଜଣେ ଏୟାର ହୋଷ୍ଟେସଙ୍କୁ ବିବାହ କରିଥିବାବେଳେ 1993 ମସିହାରେ ଅନ୍ୟ ଜଣେ ମହିଳା ରେଖା ମାଲ୍ୟାଙ୍କୁ ମଧ୍ୟ ବିବାହ କରିଥିଲେ । ଗତ ବର୍ଷ ଅପ୍ରେଲ ମାସରେ ସ୍କଟଲ୍ୟାମ୍ଡ ପୋଲିସ ତାଙ୍କୁ ଏକ ମାମଲାରେ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here