ବିରୋଧୀଙ୍କ ନଜରରେ ଅମିତ୍ ଶ।ହ।ଙ୍କ ଗ୍ରସ୍ତ

0
141

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ।ବଲାଙ୍ଗୀରରେ ଯୁବ ସମାବେଶରେ ଅମିତ ଶାହା ଯୁବକମାନଙ୍କୁ ୨୦୧୯ ପାଇଁ ବ।ର୍ତ୍ତ।ଦେବେ । ଆସନ୍ତା ଅପ୍ରେଲ ୫ରେ   ହବ।କୁ ଥିବା ଏହି ସମ।ବେଶ ପ।ଇଁ ବ୍ୟ।ପକ ପ୍ରସ୍ତୁତି ଚ।ଲିଛି । ପ୍ରାୟ ୫୦ ହଜାର ଯୁବକଙ୍କୁ ଏକାଠି କରିବା ପାଇଁ ବିଜେପି ଦଳ ଯୋଜନା ରଖିଛି ।
ପଶ୍ଚିମ ଓଡ଼ିଶାରେ ବିଜେପିର ସଂଗଠନ ସୁଦୃଢ଼ ଥିବା ବେଳେ ୨୦୧୯ରେ ଏହି ସବୁ ଆସନକୁ ବିଜେପି ହ।ତେଇବ। ପ।ଇଁ ଯୋଜନା କରିଛି  । ସାଧାରଣ ନିର୍ବାଚନ ପାଖେଇ ଆସିଥିବାରୁ ଏହି ଯୁବ ସମାବେଶରୁ ହିଁ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିବ ବୋଲି ଚର୍ଚ୍ଚା କରାଯାଉଛି  । ଗୋଟିଏ ପଟେ ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବା ସହ ଦଳୀୟ ସଂଗଠନ ମଜବୁତ୍ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯୁବବାହିନୀ ଗଠନ କରାଯାଇଛି  । ବଜେଟରେ ମଧ୍ୟ ଏଥିପାଇଁ ପ୍ରାୟ ୧୦୦ କୋଟିର ବ୍ୟୟବରାଦ କରାଯାଇସାରିଛି  । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଦକ୍ଷତା ବିକାଶ ମନ୍ତ୍ରୀ ମଧ୍ୟ କରାଯାଇଛି  । ଏହି ବିଭାଗ ଜରିଆରେ ଧର୍ମେନ୍ଦ୍ର ଯୁବ ଭୋଟରଙ୍କୁ ନିଜ ଦଳ ଆଡକୁ ଆକୃଷ୍ଟ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି  । ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ଯେଭଳି ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରାଯାଇପାରିବ ତାହା ଉପରେ ମଧ୍ୟ ଫୋକସ କରାଯାଇଛି  । ଅନେକ ଯୁବ କାର୍ଯ୍ୟକର୍ତା ମଧ୍ୟ ପ୍ରଶିକ୍ଷଣ କେନ୍ଦ୍ରମାନ ଖୋଲି ଅର୍ଥ ଉପାର୍ଜନର ସୁଯୋଗ ପାଇପାରିଛନ୍ତି  ।

ତେବେ ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମରେ କେତେ ଯୁବ ସମାଗମ ହେଉଛନ୍ତି ତାହା ଉପରେ ଉଭୟ ବିରୋଧି ଦଳ ନଜର ରଖିଛନ୍ତି । ଆଗରୁ କେତେକ ସ୍ଥାନରେ ଯୁବ ସମାବେଶ ଆୟୋଜନ କରିସାରିଥିବା ବିଜେଡ଼ି ମଧ୍ୟ ଅନ୍ୟ ପ୍ରମୁଖ ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତି ନେଇସାରିଛି  । ବଲାଙ୍ଗୀର ଉପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଫୋକସ କରିଛନ୍ତି  । କାହିଁକିନା ୨୦୧୯ରେ ନରସିଂହଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ଜୋରଧରିଛି  ।

LEAVE A REPLY

Please enter your comment!
Please enter your name here