ବଜେଟ ୨୦୧୮-୧୯

0
75

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।

ସରକାରୀ କ୍ଷେତ୍ର ପାଇଁ ୬୨ ହଜାର କୋଟି ଓ ସରକାରୀ ଉଦ୍ୟୋଗ ପାଇଁ ୫ହଜାର କୋଟି ।
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୮୬୫ କୋଟି । 
ସ୍ଥାନୀୟ ନିକାୟ ସଂସ୍ଥା ପାଇଁ ୫୪୦୨ କୋଟି ।
ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ୧୯,୬୭୮ କୋଟି ଟଙ୍କା ।
୩୦ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ୨୫୦ କୋଟିର ବ୍ୟୟବରାଦ ।
ମୋ ସ୍କୁଲ ଅଭିଯାନ ପାଇଁ ୫୦ କୋଟି
ଛାତ୍ରଛାତ୍ରୀଙ୍କ ବୃତି ପାଇଁ ୧୩୭୫ କୋଟି । 

ସହରାଂଚଳରେ ଛାତ୍ରଛାତ୍ରୀ ନିବାସ ପାଇଁ ୨୦୦ କୋଟି
ବୈଷୟିକ ଶିକ୍ଷା ଭିତିଭୂମି ବିକାଶ ପାଇଁ ୨୮୦ କୋଟି
ସଂପୂର୍ଣ୍ଣା ଯୋଜନା ପାଇଁ ୫୨ କୋଟି
ସ୍ୱାସ୍ଥ୍ୟ ଓ ଭିତିଭୂମି ବିକାଶ ପାଇଁ ୭୦୦ କୋଟି
ଏନ୍ଏଚ୍ଏମ୍ ପାଇଁ ୧୩୭୦ କୋଟି
ନିରାମୟ ଯୋଜନା ପାଇଁ ୩୦୪ କୋଟି
ଖୁସି ଯୋଜନା ପାଇଁ ୫୦ କୋଟି
ସ୍ୱନେତ୍ର ଯୋଜନା ପାଇଁ ୮୭ କୋଟି
ମେଡିକାଲର ପରିମଳ ବିକାଶ ପାଇଁ ନିର୍ମଳ ଯୋଜନାରେ ୭୦ କୋଟି
ଡିଜିଟାଲ ହେଲଥ ପାଇଁ ୧୦ କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ବ୍ୟୟ ଅଟକଳ ୬୧୬୦ କୋଟି
ବସୁଧା ଯୋଜନା ପାଇଁ ୧ ହଜାର କୋଟି
ସହରାଂଚଳ ଜଳଯୋଗାଣ ପାଇଁ ୩୫୦ କୋଟି
ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୩ ହଜାର କୋଟି
ସ୍ୱଚ୍ଛ ଭାରତ ମିଶନ ପାଇଁ ଗ୍ରାମାଂଚଳ ନିମନ୍ତେ ୧ ହଜାର କୋଟି ଓ ସହରାଂଚଳ ନିମନ୍ତେ ୨୦୦ କୋଟି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଓ ବିଜୁ ପକ୍କାଘର ପାଇଁ ୩୫୯୨ କୋଟି ।
ସହରାଂଚଳ ଓ ବସ୍ତିରେ ଗୃହ ନିର୍ମାଣ ୪୦୦ କୋଟି
ମମତା ଯୋଜନା ପାଇଁ ୧୫୫ କୋଟି
ସମନ୍ୱିତ ଶିଶୁ ବିକାଶ ଯୋଜନା ପାଇଁ ୨୦୩୫ କୋଟି 
ଏନ୍ଆରଇଜିଏସ ପାଇଁ ୧୨୮୩ କୋଟି
ଆମ ଗାଁ ଆମ ବିକାଶ ପାଇଁ ୧୨୫୦ କୋଟି
ଗୋପବନ୍ଧୁ ଗ୍ରାମୀଣ ଯେଜାନା ପାଇଁ ୫୦୦ କୋଟି

ପ୍ରଶାସନିକ ବ୍ୟୟ ଅଟକଳ ୫୦୭୬୧ କୋଟି ।
ତନ୍ମଧ୍ୟରୁ ଦରମା ପାଇଁ ୨୨ ହଜାର ୨୧ କୋଟି ।
ପେନସନ ପାଇଁ ୧୧,୯୧୨ କୋଟି ।
ସୁଧ ଦେୟ ପାଇଁ ୫୫୦୦ କୋଟି ଟଙ୍କା ।
ପୁଂଜି ସଂପତି ରକ୍ଷଣାବେକ୍ଷଣ ପାଇଁ ୪୪୦୦ କୋଟି ।
ଯୋଜନା କାର୍ଯ୍ୟକ୍ରମର ବ୍ୟୟ ଅଟକଳ ୬୭ ହଜାର କୋଟି ।

ମଧୁବାବୁ ପେନସନ ଯୋଜନା ପାଇଁ ୧୪୮୬ କୋଟି
ଜାତୀୟ ଖାଦ୍ୟ ସୁରକ୍ଷା ପାଇଁ ୯୦୨ କୋଟି
ସ୍ମାର୍ଟସିଟି ପାଇଁ ୪୦୦ କୋଟି
ସମସ୍ତଙ୍କ ପାଇଁ ବିଦୁ୍ୟତ ସେବା ନିମନ୍ତେ ୫୬୦ କୋଟି
ସବଷ୍ଟେସନ ପାଇଁ ୫୩୦ କୋଟି
ଆମ ଘରେ ଏଲିଡ ଲାଇଟ ଯୋଜନା ପାଇଁ ୧୨୫ କୋଟି
ସଡ଼କ, ସେତୁ ଓ ରେଲୱେ ଓଭରବି୍ରଜ ପାଇଁ ୪୨୬୫ କୋଟି ।

ସ୍ୱର୍ଣ୍ଣ ଯୋଜନା ପାଇଁ ୧୦୦ କୋଟି
ବିଜୁ କେବିକେ ପାଇଁ ୧୨୦ କୋଟି
ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୪୦୦ କୋଟି
ବିଜୁ ସେତୁ ପାଇଁ ୬୦୦ କୋଟି
ବିଚ୍ଛିନ୍ନ ଗ୍ରାମକୁ ସଂଯୋଗୀକରଣ ଯୋଜନା ପାଇଁ ୧୦୦ କୋଟି

ରେଳ ପ୍ରକଳ୍ପ ପାଇଁ ୪୦୦ କୋଟି
ବିମାନ ଅବତରଣ ପଡ଼ିଆ ପାଇଁ ୧୦୦ କୋଟି
ଆଭ୍ୟନ୍ତରୀଣ ନିରାପତା ଓ ନ୍ୟାୟିକ ପ୍ରଶାସନ ନିମନ୍ତେ ୫୨୭୪ କୋଟି
ବାଲୁକା କଳା ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ୨ କୋଟି
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଦିବସ ପାଳନ ଏବଂ କପିଳେଶ୍ୱରପୁର ଓ ସାତଲହଡ଼ି ମଠର ପୁନରୁଦ୍ଧାର ପାଇଁ ୧ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୬୦ କୋଟି

LEAVE A REPLY

Please enter your comment!
Please enter your name here