ଭାଇରାଲ ଭିଡିଓ ପାଇଁ ଯୁବକଙ୍କୁ ହତ୍ୟା ସନ୍ଦେହ

0
153

ଭୁବନେଶ୍ୱର :ଦିନକୁ ଦିନ ବଢୁଥିବ। ଭ।ଇର।ଲ ଭିଡିଓ ର କରୁଣ ପରିଣତି କୁଆଖ।ଇ ନଦୀପଠ।ରେ ଦେଖିବ।କୁ ମିଳିଛି । ଭାଇରାଲ ଭିଡ଼ିଓ କାରଣରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅନୁମ।ନ କର।ଯ।ଉଛି । ଭୂବନେଶ୍ବର ବିଜେବିନଗରର ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇ କୁଆଖାଇ ନଦୀ ପଠାରେ ଜାଳି ଦିଆଯାଇଛି ।

ମୃତ ଯୁବକଙ୍କ ବଡ଼ ଭାଇ ହତ୍ୟା ପଛରେ ଭାଇରାଲ ସେକ୍ସ ଭିଡ଼ିଓର ଲିଙ୍କ ଥିବା ସନ୍ଦେହ କରୁଛନ୍ତି  ।ସୂଚନ।ନୁସ।ରେ ଗତବର୍ଷ ସଂପୃକ୍ତ ଯୁବକଙ୍କୁ ଭାଇରାଲ ଭିଡ଼ିଓ ଘଟଣାରେ ଗିରଫ ହୋଇଥିଲେ   । ଜଣେ ଯୁବତୀଙ୍କ ସହ ଯୁବକଙ୍କୁ ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଥିଲା  । ଏନେଇ ଯୁବତୀ ଖାରବେଳନଗର ଥାନାରେ ଏତଲା ଦେଇଥିବାବେଳେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଥିଲା  । 
ଗତକାଲି କୁଆଖାଇ ନଦୀ ପଠାରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ପୁଲିସ୍ ଜବତ କରିଥିଲା  । ପୁଲିସ ଘଟଣାସ୍ଥଳରୁ ଅଧାପୋଡ଼ା ଲାପଟପ, ଡଙ୍ଗଲ, ମୋବାଇଲ, ଛୁରୀ, ହାତୁଡ଼ି ଜବତ କରିଥିଲା  । ସେହିପରି ମୃତଦେହ ଠାରୁ କିଛି ଦୂରରେ ଗୋଟିଏ ଜ୍ୟାକେଟ, ବାଇକ, ହେଲମେଟ ଓ ମହିଳାଙ୍କ ଚପଲ ମଧ୍ୟ ମିଳିଥିଲା  । ମୃତଦେହ ପ୍ରାୟ ଶତକଡ଼। ୮୦ ଭ।ଗ ଜଳିଯାଇଥିବାବେଳେ ପାଟିରେ ପଥର ଖଣ୍ଡ ଭର୍ତି ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here