ଆଜି ରାଷ୍ଟ୍ରପତି ଓଡିଶା ଆସୁଛନ୍ତି ।

0
85

ଭୁବନେଶ୍ୱର :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି  । ସୂଚନା ମୁତାବକ ରାଷ୍ଟ୍ରପତି ପୂର୍ବାହ୍ନ ୧୦ଟା ୪୫ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବେ । ବିମାନ ବନ୍ଦରରେ ରାଷ୍ଟ୍ରପତି ପହଁଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବ।ର କ।ର୍ଯ୍ୟକର୍ମ ରହିଛି । ସେଠାରୁ ସଡ଼କପଥରେ କଟକ ଯିବେ  । ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ପହଁଚି ବୁଲି ଦେଖିବେ  । ପରେ ତୁଳସୀପୁର ସ୍ଥିତ ଆନନ୍ଦ ଭବନକୁ ଯିବା ସହ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’ ଜାତି ଉଦେ୍ଧଶ୍ୟରେ ଲୋକାର୍ପଣ କରିବେ  । ସେହିପରି ଅପରାହ୍ନରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକôୃତା ପ୍ରଦାନ କରିବେ  । କଟକରେ କାର୍ଯ୍ୟକ୍ରମ ସରିବା ପରେ ହେଲିକପ୍ଟରରେ ପୁରୀ ଯାଇ ସର୍କିଟ ହାଉସରେ ରାତ୍ରି ଯାପନ କରିବେ  ।

ସେହିପରି ଆସନ୍ତାକାଲି ରାଷ୍ଟ୍ରପତି ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ  । ଓ ପରେ ପରେ ପୁରୀସ୍ଥିତ ସଦାଶିବ କ୍ୟାମ୍ପସରେ ହେବାକୁ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକ ଉତ୍ସବରେ ଯୋଗଦେବେ  । ସେଠାରୁ ଭୁବନେଶ୍ୱର ଫେରି ସାଢେ଼ ୩ଟାରେ ଭୁବନେଶ୍ୱର ଆଇଆଇଟି ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହ ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସ ଓ ସ୍କିଲ ଡେଭଲପମେଂଟ ଇନଷ୍ଟିଚୁ୍ୟଟର ଭିତିପ୍ରସ୍ତର ସ୍ଥାପନ କରିବେ  । ଅପରାହ୍ନ ସାଢେ଼ ୫ଟାରେ  ରାଷ୍ଟ୍ରପତି ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ  । 

LEAVE A REPLY

Please enter your comment!
Please enter your name here