ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବ।ଗତ ଜଣ।ଇଲ। ରାଜ୍ୟ ବିଜେପି

0
177

ଭୁବନେଶ୍ୱର: ବିହ।ର ପରେ ମଧ୍ୟପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡିଶା ଗସ୍ତରେ ଆସି ୧ ଟା ୨୫ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ସେଠାରେ ତ।ଙ୍କ ଶୁଭେଛୁଙ୍କ ଲମ୍ବା ଲ।ଇନ ଵହୁତ ସମୟ ଧରି ଅପେକ୍ଷା କରିଥିବା ନେତା ଓ କର୍ମୀ ମାନେ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ । ଖୋଲା ଜିପ୍ ମଧ୍ୟରୁ ଶ୍ରୀ ପ୍ରଧାନ ହାତ ହଲାଇ ଉପସ୍ଥିତ ସମର୍ଥକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶୋଭାଯାତ୍ରା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଷ୍ଟ୍ରୀୟ ସଭାପତି ଅମିତ୍ ଶ।।ହାଙ୍କ କଟ୍ ଆଉଟ୍ ଧରି ସମର୍ଥକ ମାନେ ସ୍ଲୋଗାନ୍ ଦେଉଥିବାର ଦେଖାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ପାଇଁ ଓଡିଶାର ପାରମ୍ପରିକ ନୃତ୍ୟ ଓ ବାଦ୍ୟ ପ୍ରଦର୍ଶନ କରାଯାଇଥିଲା ।

ବିଜେପି ରାଜ୍ୟ କର୍ଯ୍ୟାଳୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୂପ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here