ଆଜିର ର।ଶିଫଳ:୧୨ ମ।ର୍ଚ୍ଚ ୨୦୧୮

0
438

ମେଷ: ଦିନଟି ପୁର। ଖୁସିରେ କଟିବ। ଆପଣଙ୍କ ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। କୌଣସି ଅନୁବନ୍ଧ ପାଇଁ ସୁଯୋଗ ମିଳିବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 

ବୃଷ: ଅଟକି ରହିଥିବା କାମ ପୂରା ହେବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ବଢ଼ିଆ ଚାକିରି ମିଳିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ଡଳମଣି।

 

ମିଥୁନ: ସକାରାତ୍ମକ କ୍ୟାରିୟର ଲାଗି ନୂଆ ରାସ୍ତା ଉନ୍ମୁକ୍ତ ହେବ। ପରିବାରରେ ସୁଖ ଶାନ୍ତି ରହିବ। ଖେଳାଳିମାନେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ନାରାୟଣୀ।

 

କର୍କଟ: ପ୍ରୟାସ ଜ।ରି ରଖନ୍ତୁ ସଫଳତା ଆପଣଙ୍କୁ ମିଳିବ। ସରକାରୀ କାମ ପୂରା ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 

ସିଂହ: ଆପଣଙ୍କ ଭିତରେ ଉଠୁଥିବା କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଛାତ୍ରମାନେ ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

 

ତୁଳା: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ଶୀଘ୍ର ପୂରା କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

ବିଛା: ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

 

ଧନୁ: ଗୁରୁଙ୍କ ସେବା କରନ୍ତୁ; ଭବିଷ୍ୟତ ଉଜ୍ଜ୍ଵଳ ହେବ। କ୍ୟାରିୟର ଗଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ବୈବାହିକ ଜୀବନରେ ତାଳମେଳ ବଜାୟ ରଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମକର: ଆପଣଙ୍କ ଭାବନା ଓ ଯୋଜନାକୁ କାର୍ଯର୍୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ। କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ସନ୍ତୋଷୀ ମାତା।

 

କୁମ୍ଭ: ଅନ୍ୟମାନଙ୍କୁ ସହାୟତା କରିବେ। ବ୍ୟବସାୟିକ ଯାତ୍ରା କ୍ୟାରିୟର ଲାଗି ଲାଭଦାୟକ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

 

ମୀନ: ବନ୍ଧୁଙ୍କ ଠାରୁ ପୂରା ସହଯୋଗ ମିଳିବ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଆଶାଠୁଁ ଅଧିକ ଫାଇଦା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

LEAVE A REPLY

Please enter your comment!
Please enter your name here