ନିରଜଂନଙ୍କ ହ।ତ ଟେକ।କୁ ଅପେକ୍ଷ। ଆଉ ସମୟ ନଷ୍ଟ କରିବ।କୁ ସମୟ ନ।ହିଁ ।

0
588

ଭୁବନେଶ୍ୱର ,( ଲଳିତ କିଶୋର ତ୍ରୀପ।ଠୀ) : ଭ।ବିଥିଲେ ଦିନେନ। ଦିନେ ପିସିସି ଚୈ।କି ମିଳିବ ହେଲେ ସତ ଚେଷ୍ଟ।ପରେ ବି ଦଳ ପ୍ରତି ଭଲପ।ଇବ।କୁ ବୁଝି ପ।ରିଲ।ନି ଦିଲ୍ଲୀ ଦରବ।ର । ଆଉ ସମୟ ନଷ୍ଟ କରିବ।କୁ ସମୟ ନାହିଁ । ନିଜର ର।ଜନୈତିକ ଚରିତ।ର୍ଥ ମେଣ୍ଟେଇବ। ପ।ଇଁ ନ। ଅଛି ଆଉ ସମୟ ନ। ସଠିକ ସୁଯୋଗ । ନିର୍ବାଚନକୁ ଆଉ ମାତ୍ର ଛଅ ସାତ ମାସ ବାକିଥିବ। ବେଳେ   । ପ।ଣି ଭିତରେ ନ ପଶି ହ।ତ ନ ଟେକିଲେ ଶଙ୍ଖ କି ପଦ୍ମ କିଏ କ।ଇଁ ଉଦ୍ଧ।ର କରିବ । ନବୀନ ବାବୁ କି ଧର୍ମେନ୍ଦ୍ର ବାବୁ ଟିକେଟ ନଦେଲେ ନାହିଁ କିଛି ନହେଲେ ବି ଆମ ପାର୍ଟିର ଏତେ ବିଧାୟକ କି ଏତେ ସାଂସଦ ତ କହିହେବ  । ଏମଏଲଏ ଲ୍ୟାଡ଼ କି ଏମପି ଲ୍ୟାଡ଼ ମିଳିବ  । ଗାଁ ବିଜେଡ଼ି କି ବିଜେପି ନେତାଙ୍କ ସହ ମିଶି ପଲ୍ଲୀସଭାରେ ଲକ୍ଷେ ଦି ଲକ୍ଷ ଟଙ୍କିଆ ପ୍ରୋଜେକ୍ଟରେ ଠିକାଦାରୀ କରିବାକୁ ତ ମଉକା ମିଳିବ ? ପିସିସି ଚଉକି ପରିବର୍ତ୍ତନ ଏବେ ହେବନ।ହିଁ ରାହୁଲ ଗାନ୍ଧୀଙ୍କ ଏପରି ରୋକଠୋକ ନିଷ୍ପତି ପରେ ଦ୍ବନ୍ଦରେ ବହୁ କଂଗ୍ରେସ ନେତ। ଅନ୍ୟପଟେ ନିରଂଜନ ପଟ୍ଟନାୟକ ବିବୃତି ନୂତନ ଦଳ ଜନ୍ନନେବ। ଅସମ୍ଭବ ନୁହେଁ କଥ।କୁ ବି ଏଡ।ଇ ଦିଆ ନଯ।ଇପ।ରେ ।

ଯଦି ୨୦୧୪ ନିର୍ବାଚନ ପରକଥ। ଦେଖ।ଯ।ଏ ନିରଂଜନ ପଟ୍ଟନାୟକ ଅନୁଗ।ମି ମ।ନେ ଆଶ। ବ।ନ୍ଧି ବସିଥିଲେ ଦିନେନ। ଦିନେ ନିରଜଂନଙ୍କୁ ପିସିସି ସଭାପତି ଚଉକି ମିଳିବ ଦଳବି ମଜବୁତ ହେବ । ହେଲେ ସେମିତି ହେଲାନି  । ପିସିସି ଚଉକି ଦୌଡ଼ରେ ଆଦୌ ଚର୍ଚ୍ଚାରେ ନଥିବା ପ୍ରସାଦ ହରିଚନ୍ଦନ ଡାର୍କ ହର୍ସ ହୋଇ ଉଭା ହୋଇଥିଲେ  । ପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ ଦିନ ନିରଂଜନଙ୍କୁ ଛାଡ଼ିଦେଲେ ବାକି ସବୁ ନେତା ଆସିଥିଲେ  । ସମସ୍ତେ ଏକ ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ  । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ଦିନା କେଇଟା ପରେ ଆରମ୍ଭ ହୋଇଗଲା ମନ ଫଟାଫଟି  । ବିଜେଡ଼ି ଓ ବିଜେପି ବିରୋଧରେ ଲଢ଼ିବା ବଦଳରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପତିଆରା ଲଢେ଼ଇ  । ପିସିସି ସଭାପତିଙ୍କ ଜରିଆରେ ସମସ୍ତେ ନିଜ ନିଜ ନେତାଙ୍କୁ ଥଇଥାନ କରିବାକୁ ଭିତିରିଆ ଉଦ୍ୟମ ଆରମ୍ଭ କରିଦେଇଥିଲେ  । ଫଳତଃ ଯାହା କଥା ରହିଲା ସେ ପ୍ରସାଦଙ୍କ ସପକ୍ଷରେ ବାହାରିଥିବାବେଳେ ଯାହା କଥା ନରହିଲା ସେ ବିରୋଧ କରିବା ଆରମ୍ଭ କରିଦେଲେ  । ପ୍ରଥମେ ପ୍ରଥମେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଗୋଠେ ପ୍ରସାଦଙ୍କୁ ଟାର୍ଗେଟ କରୁଥିବାବେଳେ ଆଉ ଗୋଠେ ସମର୍ଥନ କରି ଆସୁଥିଲେ  । କିନ୍ତୁ ପରେପରେ ସ୍ଥିତି ଏମିତି ହେଲାଯେ, ମୁଁ ନୁହେଁ ଆମେର ନାରା ଦେଇଥିବା ପ୍ରସାଦ ନିଜେ ନିଜେ ନିଷ୍ପତି ନେଲେ  । ଅଧିକାଂଶ ବରିଷ୍ଠ ନେତାଙ୍କୁ କୋଣଠେସା କରାଗଲା ଅବା ସେମାନଙ୍କ ପରାମର୍ଶ ନିଆଗଲା ନାହିଁ  । ରାହୁଲଙ୍କ ବଳରେ ବଳୀୟାନ ପ୍ରସାଦଙ୍କ ଏକପାଖିଆ କାରବାର ଦେଖି ଶେଷରେ ସବୁ ବରିଷ୍ଠ ନେତାମାନେ ଏକ ହୋଇ ପ୍ରସ।ଦ ହଟାଅ ଅଭିଯାନ ଆରମ୍ଭ କରିଥିଲେ  । ତୁହାକୁ ତୁହା ନୂଆଦିଲ୍ଲୀ ଦୌଡ଼ ହେଲା  । ପିଠି ଠାପୁଡ଼ିବା ଭଳି ରାହୁଲ ହଁ ପିସିସି ବଦଳାଇବା କହି ଛାଡ଼ିଦେଲେ  । ବ।ସ୍ତବରେ ଏପରି କିଛି ଘଟିଲ। ନ।ହିଁ । ଶେଷରେ ସୁବଳ ସ।ହୁଙ୍କ ମୃତ୍ୟୁ ଆଉ ଏକ ସୁଯୋଗ ଆଣିଦେଲ। । ଆଖି ରହିଲ। ଯ।ଇଁ ବିଜେପୁର ଉପନିର୍ବାଚନ ଉପରେ  । ବିଜେପୁରରେ କଂଗ୍ରେସ ଅମାନତ ହରାଇବାରୁ  ପ୍ରସାଦ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ  । ତେବେ ପ୍ରସାଦଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି ରାହୁଲ  । ଏପରିକି ୨୦୧୯ ପର୍ଯ୍ୟନ୍ତ ସେ ବଦଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି  । ଅପରପକ୍ଷରେ ୨୦୧୯ ପାଇଁ ଆଉ ହାତରେ ଛଅ ସାତ ମାସ ସମୟ ଥିବାବେଳେ କଂଗ୍ରେସ ଆଉ ସୁଧୁରିବ ନାହିଁ ବୋଲି କଂଗ୍ରେସ ନେତାମାନେ ଧରି ନେଇଛନ୍ତି  । ତେଣୁ ବେଳ ଥାଉଥାଉ ନିଜର ବୋରିଆ ବିସ୍ତର ବ।ନ୍ଧି ଟେଣ୍ଟ ଛ।ଡିବ। ବେଳ ଆସିଗଲ। ବୋଲି ଭ।ବିବ। ଠିକ୍ ହେବ । ବିଜେପି କିମ୍ବା ବିଜେଡ଼ିର ଚିହ୍ନଥିବ। ସ୍କ୍ର।ପ୍ ବେକରେ ପକ।ଇଦେଲେ କଥ। ସରିଲ। । ବିଜେଡ଼ି ଓ ବିଜେପି ଅଳିନ୍ଦରେ କଂଗ୍ରେସ ନେତାମାନେ ଲବି ଆରମ୍ଭ କରିଦେଇଛନ୍ତି  । ତେବେ ଏସବୁ ଭିତରେ କଂଗ୍ରେସ ନେତାମାନଙ୍କ ପ୍ରଥମ ପସନ୍ଦ ରହିଛି ବିଜେଡ଼ି  । ହେଲେ ବିଜେଡି ହଲ ହ।ଉସଫୁଲ ଥିବ।ବେଳେ ।ବିଜେପୁର ନିର୍ବ।ଚନ ପରେ ବିଜେପି ନେତୃତ୍ବ ପରିବର୍ତ୍ତନର ଯଥେଷ୍ଟ ସମ୍ଭ।ବନ। ରହିଛି ତେଣୁକରି ବିଜେପିର ଆଗପଟ ଦରଓ୍ବ।ଜ। ଖୋଲ।ଅଛି ଏମ।ନଙ୍କ ପ।ଇଁ ବ।କି ରହିଲ। ଦେଖିବ।କୁ କେଉଁମ।ଛ କେତେ ଗଭିର ଜଳରେ ପହଁରି ପ।ରୁଛି ।

LEAVE A REPLY

Please enter your comment!
Please enter your name here