ବଦଳିବେନି ପିସିସି ୧୯ ନିର୍ବ।ଚନ ଯ।ଏଁ ରହିବେ ପଦରେ ।

0
216

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିଲେ । ଏହ।ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବଦଳିବେ କି ନାହିଁ, ଏ ନେଇ ଲାଗିରହିଥିବା ପ୍ରଶ୍ନର ଆଜି ପୂର୍ଣ୍ଣଛେଦ ପଡ଼ିଛି । ତେବେ ଆଜି ଏହି ପ୍ରଶ୍ନରେ ପୂର୍ଣ୍ଣଛେଦ ପଡ଼ିଛି । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ବଦଳିବେ ନାହିଁ ବୋଲି ହାଇକମାଣ୍ଡ ରାହୁଳ ଗାନ୍ଧି ସ୍ପଷ୍ଟ କରିଥିବା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ପଦରେ ରହିବେ ବୋଲି କହିଛନ୍ତି । ଓଡିଶ।ରେ ସ।ଧ।ରଣ ନିର୍ବାଚନ ଆଉ ମାତ୍ର ଅଳ୍ପ କେଇମ।ସ ଥିବ।ରୁ ପିସିସି ବଦଳାଗଲେ ନୂଆ ପିସିସି ସଭାପତି ଆସି କାମ କରିପାରିବେ ନାହିଁ ବୋଲି ସେ ହାଇକମାଣ୍ଡ କହିଥିବା ଶ୍ରୀମତୀ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନ ଭଳି ବିଜେପୁର ଉପନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ପଂଚାୟତ ନିର୍ବାଚନରେ ପରାଜୟ ପରେ ପ୍ରସାଦ ଯେମିତି ହାଇକମାଣ୍ଡ ସୋନିଆଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଠିକ୍ ସେମିତି ବିଜେପୁର ଉପନିର୍ବାଚନରେ ପରାଜୟ ପରେ ପ୍ରସାଦ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ତେବେ କଂଗ୍ରେସର ଅଧିକାଂଶ ଆଗଧାଡ଼ିର ନେତା ଓ କର୍ମୀମାନେ ପ୍ରସାଦ ପିସିସିରୁ ହଟିବା ଦରକାର ବୋଲି ଚାହୁଁଥିଲେ । ଅତୀତରେ ମଧ୍ୟ ନିରଂଜନଙ୍କ ପାଇଁ ଦଳର କେତେକ ଆଗଧାଡ଼ିର ନେତା ରାହୁଲଙ୍କ ନିକଟରେ ବ୍ୟାଟିଂ କରିଥିଲେ  । ରାହୁଲ ମଧ୍ୟ ପିସିସି ପରିବର୍ତନ ପାଇଁ ସଂକେତ ଦେବା ସହ ନିରଂଜନ ପରବର୍ତୀ ପିସିସି ସଭାପତି ହେବେ ବୋଲି ଚର୍ଚ୍ଚା ହେଉଥିଲା  । କିନ୍ତୁ ରାହୁଲ ଏଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଚର୍ଚ୍ଚା ବନ୍ଦ ହୋଇଥିଲ। । ହାଇକମାଣ୍ଡଙ୍କ ନିକଟରୁ କୌଣସି ସିଗନାଲ ନଆସିବାରୁ ପୁଣି ପ୍ରସାଦ ବିରୋଧୀ ମେଂଟରେ ନିରାଶ ଖେଳି ଯାଇଥିଲା  ।  ତେବେ ପୁଣି ପ୍ରସାଦଙ୍କ ଇସ୍ତଫା ପତ୍ରକୁ ହାଇକମାଣ୍ଡ ଅଗ୍ରାହ୍ୟ କରିଦେବା ପରେ ତ।ଙ୍କ ବିରୋଧି ଗୋଷ୍ଟି କଣ କରିବେ ତ। ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here