ପୂର୍ବରୁ ବିଜୁବ।ବୁ ଦଳରେ ମିଶିବ।କୁ ନିମନ୍ତ୍ରଣ କରିଥିଲେ :ସୌମ୍ୟରଂଜନ ପଟ୍ଟନାୟକ ।

0
317

ଭୁବନେଶ୍ୱର : ଆମ ଓଡିଶା ପ।ର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଯୋଗ ଦେବା ଅବସରରେ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

୨୩ ବର୍ଷ ତଳେ ବିଜୁବାବୁଙ୍କ ସହ ଲଢ଼ିଥିଲି  । ନିର୍ବାଚନରେ ହାରିବା ପରେ ବିଜୁବାବୁ ତାଙ୍କ ଦଳରେ ମିଶିବାକୁ ମୋତେ ଡାକିଥିଲେ  । ହେଲେ ସେ ସମୟରେ ଯାଇନଥିଲି । ଆଜି ୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳରେ ସେ ସାମିଲ ହେଲି । ନବୀନ ନିବାସରେ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ମିଶ୍ରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ।ଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୌମ୍ୟରଂଜନ ପଟ୍ଟନାୟକଙ୍କ ବିଜେଡ଼ିରେ ଯୋଗଦାନ ଦ୍ୱାରା ଦଳ ମଜବୁତ ହୋଇପାରିବ  । ପରେ ନବୀନ ତାଙ୍କ ପିଠିରେ ହାତ ପକାଇ ଥାପୁଡ଼ି ଦେଇଥିଲେ  । ସୌମ୍ୟରଂଜନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେଯେ, ସମ୍ପ୍ରତି ଭାରତ ଓ ଓଡ଼ିଶାର ରାଜନୀତିକ ସ୍ଥିତି ଯାହା ସେକ୍ଷେତ୍ରରେ ନିଜ ନିଜ ବିଚାରଧାରାକୁ ନେଇ ସବୁ ରାଜନୈତିକ ଶକ୍ତିମାନେ ଏକତ୍ର ହେବାର ଆବଶ୍ୟକତା ରହିଛି  । ବ୍ୟକ୍ତି କିମ୍ବା ଦଳ ଦେଖି ନୁହେଁ ବିଚାରଧାରାକୁ ଦେଖିବା ଦରକାର  । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ବିଜୁ ଜନତା ଦଳ କାର୍ଯ୍ୟ କରୁଛି  । ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ହୋଇପାରିବ  । ସେହିପରି ପୂର୍ବଭଳି ଚାଷୀ ଓ ଚିଟଫଣ୍ଡ ଆନ୍ଦୋଳନ ଜାରିରହିବ  । କାହିଁକିନା ଏହି ଆନ୍ଦୋଳନ ସରକାରଙ୍କ ବିରୋଧରେ ନୁହେଁ । ଏହା ଏକ ବିଚାରଧାରା ବୋଲି ସୌମ୍ୟରଂଜନ କହିଛନ୍ତି । ସେହିପରି ଆମ ଓଡ଼ିଶା ଦଳ ଏକପ୍ରକାର ବିଜୁ ଜନତା ଦଳରେ ମିଶ୍ରିତ ହୋଇଛି  । ତେବେ ଆନୁଷ୍ଠାନିକ ଭାବେ ପର ମୁହୂର୍ତ୍ତରେ ଏନେଇ ଘୋଷଣା କରାଯିବା ସହ ଆମ ଓଡ଼ିଶା ଦଳର ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହେବେବୋଲି ସୌମ୍ୟରଂଜନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here