ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ କଲ। ଓଡିଶ। ।

0
61

ଭୁବନେଶ୍ୱର, ୦୫ ମାର୍ଚ୍ଚ : ଓଡିଶାର ବରପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ରାଷ୍ଟ୍ରନୀତିଜ୍ଞ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ତମ ଜନ୍ମଦିବସ ପାଳିତ ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ ରାଜଧାନୀରେ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏହି ଦିବସ ପାଳିତ ହୋଇଛି ।

ଏହି ଅବସରରେ ରାଜ୍ୟରେ ପଂଚାୟତିରାଜ ଦିବସ ମଧ୍ୟ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ଆମ ଗାଁ ଆମ ବିକାଶ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ୱର ଫରେଷ୍ଟ ପାର୍କ ଓ ବିଧାନସଭା ପରିସର ଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଉପରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରଦୀପ ଅମାତ୍ , ପୂର୍ବତନ ବାଚସ୍ପତି ଶରତ କୁମାର କର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ , ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ,ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , ବିଧାୟକ ପ୍ରିୟଦର୍ଶୀ ମିଶ୍ର , ଉକ୍ରଳ ସମ୍ମିଳନୀର କାର୍ଯ୍ୟକର୍ତାଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ , ମେୟର ଓ କର୍ପୋରେଟର , ସ୍ୱାଧୀନତା ସଂଗ୍ରାମୀ ପ୍ରମୁଖ ସାମିଲ ଥିଲେ ।

ଅପରପକ୍ଷରେ ଶାଶ୍ୱତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ରହିତ ଗୀତ ପରିବେଷଣ କରାଯାଇଥିଲା । ଏହାବ୍ୟତୀତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଫରେଷ୍ଟ ପାର୍କ ଠାରୁ ଏକ ମିନି ମାରାଥନ୍ ବାହାରି କଳିଙ୍ଗ ଷ୍ଟାଡିୟମ୍ ଠାରେ ପହଂଚିଥିଲା । କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ମିନି ମାରାଥନ୍ ର ଉଦଘାଟନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ । ସେହିପରି କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନି ମାରାଥନ ଅ ।ୟୋଜିତ ହୋଇଥିଲା । ଅ ।ନନ୍ଦଭବନରୁ ଏହି ମାରାଥନ ଅ ।ରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍୍ୱାଇଁ ଏହାକୁ ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here