ଓଡ଼ିଶାରୁ ଲଢ଼ିବାକୁ ଶାହାଙ୍କୁ ଅନୁରୋଧ କଲେ ମହାରଥୀ

0
1418

ଭୁବନେଶ୍ୱର :ଆଜି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଅନୁରୋଧ କରି କହିଛନ୍ତି । ଅମିତ ଶାହା ଜଗନ୍ନାଥ ଦେଶରେ ଆସି ଥରେ ନିର୍ବ।ଚନ ଲଢନ୍ତୁ । ଓଡ଼ିଶାରେ ନବୀନଙ୍କୁ ହଟେଇବୁ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦୃଢେ଼ାକ୍ତି ନେଇ ଏଭଳି ମତବ୍ୟ ରଖିଛନ୍ତି ମହାରଥୀ  । 
ସେ କହିଛନ୍ତିଯେ, ୨୦୧୯ରେ ଓଡ଼ିଶାରେ ତ୍ରିମୁଖୀ ଲଢେଇ ହେବ  ।ର।ଜ୍ୟରେ କଂଗ୍ରେସ ନେତୃତ୍ୱ ଦୃଢ଼ ହେଲେ ବିଜେପିର ପାଖୁଡ଼ା ମେଲିବନି  । ବିଜେପୁରରେ ଯାହା ହେଲା ୨୦୧୯ରେ ସେଇଆ ହିଁ ହେବ  । ନବୀନ ପଟ୍ଟନାୟକ ପୁଣି ଥରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଦୀପ ମହାରଥୀ କହିଛନ୍ତି  । ରାଣୀ ମହୁମାଛି ଫେଣାରେ ହାତ ମାରିଲେ ନିଶ୍ଚିତ ଦଂଶନ ହେବ  । ତେଣୁ ଶାହା ଜଗନ୍ନାଥ ଦେଶରୁ ଲଢ଼ନ୍ତୁ ବୋଲି ମହାରଥୀ ଅନୁରୋଧ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here