ଗଡ଼ ବଞ୍ଚ।ଇ ପ।ରିଲେନି ଦେଲେ ଇସ୍ତଫା ।

0
473

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ରେ କଂଗ୍ରେସର ଫଳ ଅତି ନିମ୍ନ ମ।ନର ହୋଇଥିବରୁ ନୈତିକତ। ଦୃଷ୍ଟିରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ସେ ନିଜ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ।
ବିଜେପୁର କଂଗ୍ରେସର ଗଡ ଥିବା ବେଳେ ଏହି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି । ନିଜ ଗଡ ରକ୍ଷା କରିବାକୁ ସକ୍ଷମ ହୋଇପାରିନି କଂଗ୍ରେସ । ତେଣୁ ଏହି ପରାଜୟର ଭାର ନିଜ ମୁଣ୍ଡକୁ ନେବା ସହ ନୈତିକତା ଦୃ୍ଷ୍ଟିରୁ ପିସିସି ସଭାପତି ପଦରୁ ପ୍ରସାଦ ଇସ୍ତଫା ଦେଇଥିବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here