ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତ। !

0
1863

ବଲାଙ୍ଗିର : ଦିନ ଯେତେ ବଢି ଚ।ଲିଛି ପ।ର୍ସଲ ବୋମା ଘଟଣା ସେତେ ଦିଗକୁ ଚେର ଲମ୍ବା ଉଛି । ପାଟଣାଗଡର ଏହି ବିସ୍ପୋରଣ ଘଟଣା ଦିନକୁ ଦିନ ଜଟିଳରୁ ଜଟିଳ ହେବାରେ ଲାଗିଛି। ଏହି ଘଟଣା ପଛରେ ପ୍ରେମରୁ ପ୍ରତିଶୋଧ ବୋଲି ପୋଲିସ ଅସ୍ଵୀକାର କରିଛି । ଏହା ପଛରେ ପ୍ରେମ ନୁହେଁ ପୂର୍ବଶତ୍ରୁତା ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି ।ଏହି ଘଟଣାର ପୁଲିସ ଖୋଲତାଡ ଆରମ୍ବ କରିଛି। ପୁଲିସର ଗୋଟେ ଟିମ ବାଙ୍ଗାଲୋର ଯାଇ ମୃତ ସୌମ୍ୟଶେଖରଙ୍କ ସାଙ୍ଗସାଥି ଓ ସେ କାମ କରୁଥିବା ସଂସ୍ଥାରେ ଖବର ନେଉଛି ।

ବିସ୍ଫୋରଣର କିଛିଦିନ ପୂର୍ବରୁ ସହରରେ କରୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । ତେଣୁ ଆଶଙ୍କା କରାଯାଉଛି ରିମୋର୍ଟ ଜରିଆରେ ଏହି ବିସ୍ଫୋରଣ କରିଥାଇପାରନ୍ତି ସଂପୃକ୍ତ ଯୁବକ। ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୃତ ସୌମ୍ୟଶେଖରଙ୍କ ଅଜ୍ଞାତ ପ୍ରେମିକା । ଯିଏ ବିବାହର କିଛିଦିନ ପୂର୍ବରୁ ବାପାଙ୍କ ସହ ଆସି ଦେଇଥିଲେ ଧମକ ଚମକ । ତେଣୁ ବିସ୍ଫୋରଣ ପଛରେ ଏମାନଙ୍କ କି ପ୍ରକାର ହାତ ରହିଛି ସେନେଇ ସନ୍ଦେହ ଘନୀଭୂତ ହୋଇଛି । ଆଉ ଘଟଣାର ୪ଦିନ ପରେ ବି କେବଳ ତଦନ୍ତରେ ସୀମିତ ରହିଛି ବଲାଙ୍ଗିର ପୋଲିସର ପଦକ୍ଷେପ।

ସୂଚନା ଅନୁସାରେ ରାୟପୁରରେ ଇଂଟର୍ଣ୍ଣସିପ କରୁଥିଲେ ମୃତ ସୌମ୍ୟଶେଖର । ହେଉଥିବା ଚର୍ଚ୍ଚା ଅନୁସାରେ ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ସଂପର୍କ ଥିଲା ଓ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ସୌମ୍ୟଶେଖରଙ୍କ ବିବାହ ରିମାଙ୍କ ସହ ସ୍ଥିର ହୋଇଥିବା ଜାଣି କିଛିଦିନ ତଳେ ସଂପୃକ୍ତ ଯୁବତୀ ତାଙ୍କ ବାପାଙ୍କ ସହ ସୌମ୍ୟ ଶେଖରଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ । ଏପରିକି ତାଙ୍କ ଝିଅକୁ ପ୍ରତାରିତ କରି ଅନ୍ୟତ୍ର ବାହାହେଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ଯୁବତୀଙ୍କ ବାପା । ତେଣୁ ଏହି ପୁରା ଘଟଣା ପଛରେ ସେହି ଅଜ୍ଞାତ ପ୍ରେମିକାଙ୍କ ଭୂମିକାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ବୋଲି ଅନୁମ।ନ କର।ଯ।ଉଛି । ଏହି ଘଟଣା ପଛରେ ପ୍ରକୃତ ରହସ୍ୟ ଏବେ ପର୍ଯ୍ୟନ୍ତ ରହସ୍ୟ ଭିତରେ ରହିଛି ।

LEAVE A REPLY

Please enter your comment!
Please enter your name here