ମତେ ରାଜ୍ୟସଭା ପଠେଇଲେ ମୁଁ ମନା କରିବି ନାହିଁ :ଦ।ମ ର।ଉତ

0
1188

 

 ଭୁବନେଶ୍ବର: ଗତକିଛି ଦିନ ତଳେ ବ୍ରାହ୍ମଣଙ୍କ ପ୍ରତି ବିବ।ଦିୟ ମନ୍ତବ୍ୟ ଦେଇ ମନ୍ତ୍ରୀ ପଦ ହରାଇଥିବା ପୂର୍ବର୍ତ୍ତନ ମନ୍ତ୍ରୀ ଦ।ମୋଦର ର।ଉତ ଆଜି ଏକ ଗୁଗୁଲି ମ।ରିଛନ୍ତି । ସେ କହିଛନ୍ତି । ମତେ ରାଜ୍ୟସଭା ପଠେଇଲେ ମୁଁ ମନା କରିବି ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏଭଳି କହି ଦାମ ଯୁକ୍ତି ବାଢିଛନ୍ତି, ଅଣ ବିଜେପି ଶାସିତ ରାଜ୍ୟକୁ ତଳି ତଳାନ୍ତ କରିବାକୁ ଚାହୁଁଛି କେନ୍ଦ୍ରର ବିଜେପି ଶାସିତ ସରକାର । ତେଣୁ ସେଠି ଯିଏ ବିଜେପିକୁ ପ୍ରତିରୋଧ କରିବାରେ ଅବଦାନ ଦେଇପାରିବ ତାକୁ ପଠାଇବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଦାମ । କିନ୍ତୁ ଦଳର ସ୍ବାର୍ଥ ଦୃଷ୍ଟିରୁ ତାଙ୍କୁ ଯଦି ରାଜ୍ୟସଭା ପଠାଯାଏ ସେ ମନା କରିବେ ନାହିଁ ବୋଲି ଆଜି କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ।
ଦାମଙ୍କ ଏଭଳି ଉକ୍ତିରୁ ଜଣା ପଡୁଛି ବୋଧହୁଏ ସେ ଆଉ ନିର୍ବାଚନ ଲଢିବା ପାଇଁ ଇଛୁକ ନୁହଁନ୍ତି । ଏହାପଛରେ ପୁଅ ସମ୍ବିତ ରାଉତଙ୍କ ଥଇଥାନ ଲକ୍ଷ୍ୟ ଅଛି ନା ଆଉକିଛି ତା ତ ପରେ ଜଣାପଡିଯିବ । କିନ୍ତୁ ଦାମଙ୍କ କଥାରୁ ଜଣା ପଡୁଛି ସେଆଉ ଦଳ ଭିତରେ କମ୍ଫର୍ଟ ନୁହଁନ୍ତି । ତେଣୁ ଆଗରୁ ଶେଷ ଜୀବନ ପର୍ଯ୍ୟନ୍ତ ନିର୍ବାଚନ ରାଜନୀତି ନଛାଡିବା କଥା କହୁଥିବା ଦାମ ଏବେ ସେଥିରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ବିଜେପୁର ଉପନିର୍ବାଚନରେ ତାଙ୍କୁ ପ୍ରଚାର ପାଇଁ ଡକା ଯାଇନଥିବାରୁ ସେ ଦଳ ପ୍ରତି ଖୁସି ନଥିବା କଣ।ପଡିଛି ।

LEAVE A REPLY

Please enter your comment!
Please enter your name here