ଆଜିର ର।ଶିଫଳ:୨୭ ଫେବୃଆରୀ ୨୦୧୮

0
311

ମେଷ: ଆପଣଙ୍କ ଭାଗ୍ୟ ବଦଳିବ। ପାଇଁ ଶୁଭ ସମୟ। ଯେତେ ମିଠା କଥା କହିିବେ ସେତେ ଲାଭ ପାଇବେ। ଜରୁରୀ କାମରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। ବିନା ଭାବିଚିନ୍ତି କାହାରିକୁ ଧନ ଉଧାର ଦିଅନ୍ତୁ ନାହିଁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଆଖଣ୍ଡଳମଣି।

 

ବୃଷ: ନିଜ ଭାଗ୍ୟର ସହଯୋଗ ପାଇବେ। ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ସୁଖ ସୁବିଧା ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

 

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

କର୍କଟ: ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ସଫଳତା ପାଇବେ। ପରିବାରଜନଙ୍କ ସହିତ ମତଭେଦ ବଢ଼ିପାରେ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ସିଂହ: ମିଶ୍ରିତ ଫଳ ମିଳିବ। ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ପରିଜନଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ କାରବାରରେ ଧନନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

 

କନ୍ୟା: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ମିତ୍ରଙ୍କ ସହଯୋଗରେ କିଛି ଆଶା ପୂରା ହେବ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

ତୁଳା: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ଦୂର ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା:ନୂଆ କୌଶଳ ଅବଲମ୍ବନ କରିବେ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭର ନଜର ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ୱର।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତିର ସମ୍ଭାବନା। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

ମକର: ଆପଣଙ୍କୁ ଖର୍ଚ୍ଚ କମାଇବା ପାଇଁ ବିଚାର ଦେବା ଲୋକ ମିଳିବେ। ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। ଘରୋଇ ଜିନିଷପତ୍ର କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

କୁମ୍ଭ: ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଯୋଜନା ପ୍ରସ୍ତୁତ କରିବେ ଏବଂ କାର୍ଯ୍ୟକୁ ରୂପ ଦେବା ଲାଗି ପ୍ରୟାସ କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ସତ୍ୟନାରାୟଣ।

 

ମୀନ: ଚାକିରି ଓ ବ୍ୟବସାୟ ଉଭୟରୁ ଆର୍ଥିକ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

LEAVE A REPLY

Please enter your comment!
Please enter your name here