ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ

0
370

ଭୁବନେଶ୍ୱର : ମାଟ୍ରିକ ପରିକ୍ଷ। ପ୍ରଥମରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ କୁ ନେଇ ପ୍ରଥମେ ନଁ। ଓ ପରେ ଘଟଣାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତର ସହ ନେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇ ଆସୁଥିଲେ ମଧ୍ୟ ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି , କ୍ରାଇମବ୍ରାଂଚ ସାଇବର ସେଲରେ ଏତଲା ଦିଆଯାଇଛି ଏଡ଼ିଜି ଏହାର ତଦନ୍ତ କରିବେ ।

ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ର।ଜ୍ୟରେ ଗତ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା  । ହେଲେ ପ୍ରଥମ ଦିନ ପରୀକ୍ଷା ଆରମ୍ଭ ହେବାର ଘଂଟାକ ମଧ୍ୟରେ ହ୍ୱାଟସଅପରେ ଓଡ଼ିଆ ପ୍ରଶ୍ନପତ୍ର ସବୁ ଆଡେ ବ୍ୟାପି ଯ।ଇଥିଲ। ସେଦିନ ପ୍ରଶ୍ନପତ୍ର ଲିକ ହେବା ନେଇ ଆଶଙ୍କା କରାଯାଇଥିଲ। । କିନ୍ତୁ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଶ୍ନପତ୍ର ଲିକ ହୋଇନାହିଁ ବୋଲି କହିଥିଲେ  । ଅପରପକ୍ଷରେ ଆଜି ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ସମାନ କଥା କହିଛନ୍ତି । ପ୍ରଶ୍ନପତ୍ର ଲିକ ହୋଇନାହିଁ ବରଂ ଭାଇରାଲ ହୋଇଥିଲା ବୋଲି ସେ କହିଛନ୍ତି  । ପରୀକ୍ଷା କେନ୍ଦ୍ରକୁ କେବଳ ନୀରିକ୍ଷକଙ୍କ ବିନା ଆଉ କେହି ମୋବାଇଲ ନେଇକି ଯାଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା  । ହେଲେ ଦ୍ୱିତୀୟ ଦିନରେ ମଧ୍ୟ ସେହି ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି । ପରୀକ୍ଷା ଆରମ୍ଭର ଘଂଟାକ ପରେ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟସଆପରେ ଭାଇରାଲ ହୋଇଛି ।

LEAVE A REPLY

Please enter your comment!
Please enter your name here