ମହିଳାଙ୍କୁ ଶତକଡ଼ା ୫୦ ଭ।ଗ ରିହାତିରେ ମିଳିବ ସ୍କୁଟର ।

0
193

ତାମିଲନାଡୁ :ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜନ୍ମଦିନରେ ଆମ୍ମା ସ୍କୁଟର’ ନ।ମକ ଏକ ଯୋଜନା ଆରମ୍ଭ ହେବ।କୁ ଯ।ଉଛି । ଏହି ଯୋଜନା ମୁତାବକ ତାମିଲନାଡ଼ୁରେ ଦୁଇଚକିଆ ଯାନ କିଣିଲେ ମହିଳାଙ୍କୁ ମିଳିବ ସବସିଡ଼୍ । ତାମିଲନାଡୁରେ ବାସ କରୁଥିବା ଯେଉଁ ମହିଳାଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ଥିବ, ସେମାନଙ୍କୁ ୧୨୫ ସିସି ଦୁଇଚକିଆ ଯାନ କ୍ରୟ ଉପରେ ୫୦ ପ୍ରତିଶତ ତଥା ୨୫ ହଜାର ଟଙ୍କାର ସବସିଡ୍ ମିଳିବ। ପ୍ରତ୍ୟେକ ପରିବାରର ଜଣେ ମାତ୍ର ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ। ବିଧବା, ଦିବ୍ୟାଙ୍ଗ ଓ କିନ୍ନରଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ।

ସୂଚନା ଅନୁସାରେ ଜୟଲଳିଳା ପୂର୍ବରୁ ବିଧାନସଭାରେ ଏହି ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here