ବିଜେପି ଓ କଂଗ୍ରେସ ଆମ ପ।ଇଁଁ ସମ।ନ : ନବୀନ

0
258

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ଗ୍ରସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ।ର୍ଯ୍ୟ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱରରେ ପହଚିଂବ।ପରେ କେତେକ ବିଷୟରେ ସେ ନିଜର ଉତ୍ତର ରଖିଛନ୍ତି । ମୋଦିଙ୍କ ସହ ସାକ୍ଷାତ ଆଲୋଚନା ଓ ଏନଡ଼ିଏରେ ଯୋଗଦେବାନେଇ ସେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତିଯେ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଠାରୁ ଆମେ ସମଦୂରତା ରକ୍ଷା କରୁଛୁ  । ନିର୍ବାଚନ ପୂର୍ବରୁ ବା ପରେ ଏନଡ଼ିଏରେ ଯୋଗଦେବାର ନାହିଁ  ।

ବିଜେଡ଼ି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସୁଛି ବୋଲି ନବୀନ କହିଛନ୍ତି  । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ନୂଆଦିଲ୍ଲୀରେ ବିରୋଧୀ ଦଳ ନେତା ତାଙ୍କୁ ସାକ୍ଷାତ କରିଛନ୍ତି  । ନରସିଂହଙ୍କ ସହ ତାଙ୍କର ମାତ୍ର ୫ ମିନିଟ ଆଲୋଚନା ହୋଇଥିଲା  । ଓଡ଼ିଶାରେ ହକି ବିଶ୍ୱକପର ଆୟୋଜନ ସଂକ୍ରାନ୍ତରେ ନରସିଂହଙ୍କ ସହ ସେ ଆଲୋଚନା କରିଥିଲେ  । କୁନ୍ଦୁଲି ପ୍ରସଙ୍ଗରେ ଗଣମ।ଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଲେ । କୁନ୍ଦୁଲି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ  ।

LEAVE A REPLY

Please enter your comment!
Please enter your name here