ବ୍ୟବସ।ୟରେ କ୍ଷତି ସହୁଛନ୍ତିକି । ହୋଇପ।ରେ ବ।ସ୍ତୁ ସମସ୍ୟା ।

0
163

ଆଜି ନୁହଁ କେଉଁ ଆବାହନ କାଳରୁ ବାସ୍ତୁଶାସ୍ତ୍ର ଉପରେ ଆମର ବିଶ୍ୱାସ ରହିଆସିଛି। ବାସ୍ତୁଶାସ୍ତ୍ର ଜରିଆରେ
ଘର, ଅଫିସ, ବ୍ୟବସାୟ ଓ ବିଭିନ୍ନ ସମସ୍ୟା ଦୂର କରାଯାଇଥାଏ। ବ୍ୟବସାୟରେ କ୍ଷତି ହେଲେ ଏହା ବାସ୍ତୁଦୋଷ ବୋଲି ଆମେ ବିଚାର କରିଥ।ଉ । ଯଦି ଆପଣ ଏପରି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ ବ୍ୟବସାୟର ବାସ୍ତୁ ନେଇ ଟିକେ ପରିକ୍ଷ। କରି ନିଅନ୍ତୁ । ଏଥିସହ ଏପରି କିଛି ଉପାୟ ଅଛି ଯାହାକୁ ଅବଲମ୍ବନ କଲେ ଆପଣଙ୍କ ବ୍ୟବସାୟ କ୍ଷତିରୁ ଲାଭରେ ଚାଲିବ। ଆସନ୍ତୁ ଜାଣି ରଖିବା ଏମିତି କିଛି ପଦ୍ଧତି କଣକଲେ ବ୍ୟବସାୟରେ ମିଳିବ ଲାଭ।

ପଇସା ଓ ଦରକାରୀ ଜିନିଷକୁ ଆଲମାରୀର ଉତ୍ତର ଦିଗରେ ରଖନ୍ତୁ।

ବିକ୍ରି ଜିନିଷ ରଖୁଥିବା ସେଲଫ, ଆଲମାରୀ ସୋକେସ ଓ କେସ କାଉଣ୍ଟରକୁ ଉତ୍ତର ପଶ୍ଚିମ ଦିଗରେ ବନାନ୍ତୁ। ଏହାର ଆପଣଙ୍କ ପାଇଁ ଶୁଭ ହେବ।

ଆପଣ ବସୁଥିବା ସ୍ଥାନ ପଛରେ ମନ୍ଦିର ନ ରହିବା ଉଚିତ।

ମାଲିକ ସବୁବେଳେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ୍। ଏହା ଦ୍ୱାରା ସକରାତ୍ମାକ ପ୍ରଭାବ ପଡ଼ିଥାଏ।

ବସି କାମ କରୁଥିବା ଟେବୁଲ ସବୁବେଳେ ଆୟତକାର ହୋଇଥିବା ଦରକାର।

ଫ୍ୟାକ୍ଟ୍ରି ଓ କାର୍ଯ୍ୟାଳୟର କେନ୍ଦ୍ର ସ୍ଥାନ ଖାଲି ରଖିବା ଉଚିତ। ଏଠାରେ କୌଣସି ଭାରି ବସ୍ତୁ ରଖିନ୍ତୁ ନାହିଁ।

ବାସ୍ତୁ ଅନୁସାରେ ଆକାଉଣ୍ଟ ଡିପାଣ୍ଟମେଣ୍ଟ ଓ ରିସେସନ୍ ଉତ୍ତର-ପୂର୍ବ ଦିଗରେ କରନ୍ତୁ।

LEAVE A REPLY

Please enter your comment!
Please enter your name here