ମୁମ୍ବାଇରେ ହେବ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକର ଉପସ୍ଥାପନା ସମାରୋହ କ।ର୍ଯ୍ୟକ୍ରମ

0
108

ମୁମ୍ବାଇ : ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥ। ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୀବନ ଉପରେ ପର୍ଯ୍ୟବେଶିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ର ଉପସ୍ଥାପନା ସମାରୋହ ଆସନ୍ତାକ।ଲି ମୁମ୍ବାଇସ୍ଥିତ ୟଶୱନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଥିବ।ର ସୁଚନ। ମିଳିଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଖ୍ୟାତ ବଂଶୀ ବାଦକ ତଥା ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ, ପ୍ରସିଦ୍ଧ ହୃଦଶଲ୍ୟ ବିଶେଷଜ୍ଞ ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ମୁଖ୍ୟ ପ୍ରବନ୍ଧକ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୁପ ପଟ୍ଟନାୟକ, ଗ୍ଲୋବାଲ୍ ଏଚ୍ଆର୍ ଓ ସିଇଓ, କାର୍ବନ୍ ବ୍ଲାକ୍ ବିଜିନେସ୍, ଆଦିତ୍ୟ ବିର୍ଲା ଗ୍ରୁପର ବି. ମିଶ୍ର ପ୍ରମୁଖ ଏହି ସମାରୋହରେ ଅତିଥି ଭାବରେ ଉପସ୍ଥିତ ରହିବେ ।

ମୁମ୍ବାଇ ସହରରେ ବ।ସ କରୁଥିବା ପ୍ରବାସୀ ଓଡ଼ିଆ, କର୍ପୋରେଟ୍ ବ୍ୟକ୍ତିତ୍ୱ, ପ୍ରଶାସକ, ବହୁ ବିଶିଷ୍ଟ ବ୍ୟକ୍ତି,ଅନେକ ଓଡ଼ିଆ ସଂଗଠନ, ସାମ୍ବାଦିକ ତଥା ଓଡ଼ିଶାରୁ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜନୈତିକ ନେତୃବୃନ୍ଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବ।ର କ।ର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here