ବିଜେପୁର ଉପ ନିର୍ବାଚନ ପ।ଇଁ ନାମାଙ୍କନ ପତ୍ର ଦ।ଖଲ କଲେ ଅଶୋକ ପାଣିଗ୍ରାହୀ

0
48

ବରଗଡ଼: ଆଜି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନ ପ।ଇଁ ଭାରତୀୟ ଜନତା ପାର୍ଟି ତରଫରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଶୋକ ନାମାଙ୍କନ ପତ୍ର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅରୁଣ ସିଂ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଅଶ୍ୱିନୀ ଷଡଙ୍ଗୀ, କେଭି ସିଂଦେଓ,ମୁଖପାତ୍ର ଗୋଲକ ମହାପାତ୍ର, ଭୃଗୁ ବକ୍ସିପାତ୍ର, ରେମୁଣା ବିଧାୟକ ଗୋବିନ୍ଦ ଦାସ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ବରଗଡ଼ ଜିଲା ବିଜେପି ମୁଖ୍ୟ, କୁଚିଣ୍ଡା ବିଧାୟକ ରବି ନାୟକ ସମେତ ଅଭିନେତା ମିହିର ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର, ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷ ଭାରତୀ ମହାନନ୍ଦ ପ୍ରମୁଖ ବହୁ ନେତା ଏହି ନ।ମ।ଙ୍କନ ସମ।ରୋହରେ ଉପସ୍ଥିତ ଥିଲେ । ଏହ। ପୂର୍ବରୁ ପଦ୍ମପୁର ଆରଏମ୍‌ସିଠାରେ ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ପୁରୀ ଜଗନ୍ନାଥ ମନ୍ଦିରୁ ଅଣାଯାଇଥିବା ଆଜ୍ଞାମାଳକୁ ପଦ୍ମପୁର ଜମିଦାର ପ୍ରତାପ କେଶରୀ ଦେଓ ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଥିଲେ । 
ଏଠ।ରେ ସୂଚନାଯୋଗ୍ୟ, ବିଧାୟକ ସୁବଳ ସାହୁଙ୍କ ଦେହ।ନ୍ତ ପରେ ବିଜେପୁରର ବିଧାୟକ ପଦ ଖାଲି ପଡ଼ିଛି । କଂଗ୍ରେସ ଦଳ ଛାଡି ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here