ବିଜୁବ।ବୁଙ୍କର ଆଧୁନିକ ଓଡିଶା ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା: ପ୍ରଣବ ମୁଖାର୍ଜୀ

0
130

ଭୁବନେଶ୍ୱର- ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁ ଜଣେ ସଫଳ ବ୍ୟକ୍ତିତ୍ୱ ଅଧିକାରୀ ଥିଲେ । ଆଜି ତାଙ୍କ ଜୀବନୀ ସମ୍ପର୍କରେ ରଚନା କରାଯାଇଥିବା ପୁସ୍ତକକୁ ଆଜି ଉନ୍ମୋଚନ କରି ଗର୍ବ ଓ ଧନ୍ୟ ମନେ କରୁଛି ବୋଲି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜୁବାବୁ ରାଜନୀତିକୁ ଆସିବା ପୂର୍ବରୁ ଏବଂ ଆସିବା ପରେ ଭାରତର ଅବସ୍ଥା ଆଉ ବର୍ତମାନ ଭାରତ ମଧ୍ୟରେ ଅନେକ ପରିବର୍ତନ ଆସିଛି । ରାଜନୈତିକ ଦୃଷ୍ଟିରୁ ତାଙ୍କ ସହିତ ମୋର ଭିନ୍ନ ମତ ଥିଲେ ମଧ୍ୟ ମାନସିକ ଏବଂ ଅନ୍ୟ ବିଚାରଧାରାରେ ସମାନତା ପ୍ରାୟ ରହିଥିଲା । ଯେତେବେଳେ ସେ ଓଡ଼ିଶା ଆସିଛନ୍ତି ସେତେବେଳେ ସେ ବିଜୁବାବୁଙ୍କୁ ମନେ ପକାଇଛନ୍ତି । ବିଜୁବାବୁଙ୍କଠାରୁ ସେ ଏବଂ ତାଙ୍କ ପରିବାର ବହୁ ସ୍ନେହ ଶ୍ରଦ୍ଧା ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆରେ ଭାଷଣ ଆରମ୍ଭ କରି କହିଥିଲେ ଯେ, ବିଜୁବାବୁ ହେଉଛନ୍ତି ଏକ ବିରାଟ ପ୍ରତିଷ୍ଠାନ । ସେ ସର୍ବଦା ଓଡ଼ିଶାର ସମ୍ମାନ, ସ୍ୱାଭିମାନ, ଦେଶର ସଂହତି, ଓଡ଼ିଆର ଆତ୍ମ ସମ୍ମାନ, ସଶକ୍ତ ରକ୍ଷା କରିବା ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିଲେ ।

ପୁସ୍ତକ ଲେଖକ ସୁନ୍ଦର ଗଣେଷନ କହିଲେ ଯେ, ବିଭିନ୍ନ ସ୍ଥାନରେ ଗବେଷଣା କରି ଏହି ପୁସ୍ତକ ସେ ରଚନା କରିଛନ୍ତି । ବିଶେଷ କରି କାମରାଜ ପ୍ଲାନ ଏବଂ ବିଜୁବାବୁଙ୍କ ଝିଅ ଓ ଜ୍ୱାଇଁଙ୍କଠାରୁ ତଥ୍ୟ ସଂଗ୍ରହ କରି ଏ ବହି ଲେଖିଛନ୍ତି । ଏଥିରେ ବିଜୁବାବୁଙ୍କର ସ୍ୱାଧୀନତା ସଂଗ୍ରାମୀ ଜୀବନ ଆଧୁନିକ ଭାରତ ଏବଂ ଆଧୁନିକ ଓଡ଼ିଶା ଗଠନ ସମ୍ପର୍କରେ ତାଙ୍କର ଦାନ, ରାଜନୈତିକ ଜୀବନ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳା ସ୍ଥାପତ୍ୟର ଶିଳ୍ପୀ ସୁଦର୍ଶନ ସାହୁଙ୍କ ଦ୍ୱାରା ନିର୍ମିତ ବୁଦ୍ଧ ମୂର୍ତି ଅତିଥି ମାନଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here