ଓଡିଶା କଂଗ୍ରେସର ଦିଲ୍ଲୀରେ ବିଜେପୁର ପାଇଁ କସରତ୍

0
126

ଭୁବନେଶ୍ୱର : ଓଡିଶାରେ ବହୁ ଚେଷ୍ଟା ପରେ କଂଗ୍ରେସର ପିସିସି ପରିବର୍ତ୍ତନ ହୋଇପ।ରିନଥିବ। ବେଳେ ଦଳକୁ ପୁନଗର୍ଠିତ କରାଯିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କ ନୂଆଦିଲ୍ଲୀର ତୋଗଲୋକ ରୋଡ୍ ସ୍ଥିତ ବାସଭବନରେ ଓଡିଶାର ନେତା ନବ ଦାସ , ପ୍ରଦୀପ ମାଝୀ , ନିରଂଜନ ପଟ୍ଟନାୟକ , ଚିରଂଜିବୀ ବିଶ୍ୱାଳ ପ୍ରମୁଖ ଭେଟି ଆଲୋଚନା କରିଛନ୍ତି । ଦଳର ସାଂଗଠନିକ ଶକ୍ତିକୁ ବୃଦ୍ଧି କରଯିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହାପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେମାନେ ଭେଟିଥିବା ସୂଚନା ମିଳିଛି । ରାହୁଲଙ୍କୁ ଭେଟି ଆଗାମୀ ବିଜେପୁର ଉପନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା ବିଧାୟକ ନବ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here