ର।ଜ୍ୟର ବିଦ୍ୟାଳୟ ଗୁଡିକରେ ପଢ଼।ଯିବ ହେଲଥ୍ କେୟାର ଏବଂ ବିୟୁଟି ୱେଲନେସ୍

0
97

ରାଜ୍ୟରେ ପ୍ରଥମ ଥର ପ।ଇଁ ବିଦ୍ୟାଳୟ ଗୁଡିକରେ ହେଲଥ୍ କେୟାର ଏବଂ ବିୟୁଟି ୱେଲନେସ୍ ବିଷୟ ଖୋଲିବାକୁ ଯାଉଛି । ଏହ। ଦ୍ୱାରା ଛ।ତ୍ରଛ।ତ୍ରୀ ମ।ନେ ନିଜର ସ୍ବ।ସ୍ଥ ପ୍ରତି ସଚେତନ ହେବା ସହିତ ନିଜର ଯନ୍ତ୍ର ନିଜେ କିପରି ନିଆ ଯାଇପ।ରିବ ତ।ହ। ମଧ୍ୟ ଶିଖିବେ । ଏହା ପୂର୍ବରୁ ର।ଜ୍ୟର କୌଣସି ବିଦ୍ୟାଳୟରେ ଏଭଳି ବିଷୟ ନଥିଲା । ପିଲାମାନେ ସେମାନଙ୍କ ନିଜର ପସନ୍ଦ ଅନୁଯାୟୀ ବିଷୟ ପଢିପାରିବେ । ଏହା ସହିତ ମଧ୍ୟ ରିଟେଲ୍, ଟ୍ରାଭେଲ୍ ଆଣ୍ଡ ଟୁରିଜିମ୍ ବିଷୟରେ ପିଲାମାନେ ପଢିପାରିବେ । ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୧୯ଟି ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ସବୁ ବ୍ଲକର ଗୋଟିଏ ହାଇସ୍କୁଲକୁ ଚୟନ କରାଯାଇଛି । ଗଞ୍ଜାମର ୧୫,କୋରାପୁଟ, କେନ୍ଦୁଝର, ବଲାଙ୍ଗୀର ଓ କଟକର ୭ଟି ଲେଖାଏଁ , ବାଲେଶ୍ୱର, କନ୍ଧମାଳ ଓ ବରଗଡ଼ ଜିଲ୍ଲାର ୫ଟି ଲେଖାଁଏ, କଳାହାଣ୍ଡିର ୬, ଯାଜପୁରର ୩, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି, ଖୋର୍ଦ୍ଧାର ଗୋଟିଏ ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବ।ର ସୂଚନା ରହିଛି । ପିଲାଙ୍କୁ ୮୦ ଘଣ୍ଟାର ଥିୱରୀ ଏବଂ ୧୨୦ ଘଣ୍ଟାର ପାର୍ଟିକାଲ୍ ଶିକ୍ଷା ଦିଆଯିବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟର ୧୦୬ଟି ହାଇସ୍କୁଲରେ ପୁଣି ଏଭଳି ପାଠ୍ୟକ୍ରମକୁ ନେଇ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବାକୁ ଯାଉଛି । ୨୦୧୮-୧୯ ଶିକ୍ଷା ବର୍ଷରୁ ସ୍କୁଲ ଗୁଡ଼ିକରେ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ରାମସା ପକ୍ଷରୁ ହାଇସ୍କୁଲ ଚୟନ କରାଯାଇଛି । 

LEAVE A REPLY

Please enter your comment!
Please enter your name here