ଆଦର୍ଶର ଆତ୍ମହତ୍ୟା

0
138

କୋରାପୁଟ: ଗୋଟିଏ ପଟେ ବିଜୁ ଜନତା ଦଳ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ରାଜଧାନୀ ଉତ୍ସବ ମନ।ଉଥିବ। ଅନ୍ୟ ପଟେ କାନ୍ଦରେ ଫ।ଟି ପଡୁଥିଲା କୋରାପୁଟ । ମା ବାପାଙ୍କ ବୁକୁ ଫଟ। କ।ନ୍ଦରେ ଫ।ଟି ପଡ଼ୁଛି କୁନ୍ଦୁଲି ମେଡ଼ିକାଲ ପରିସର । ନିଜ ସହ ସଂଗ୍ରାମ କରି ଶେଷରେ ସେହି ନବମ ଶ୍ରେଣୀର ଛାତ୍ରୀ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କର୍ମ ପିଡ଼ୀତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । 
ସମାଜର ନିନ୍ଦା ଅପମାନ ଓ ସରକାରଙ୍କ ଅବହେଳା ଓ ଉଦାସୀନତାରେ ଚାପି ହୋଇଯାଇଥିବା କୁନ୍ଦୁଲି ପଡ଼ିତା ମରଣଯନ୍ତାକୁ ବାଛି ନେଇଥିଲେ । ଘରେ ଥିବା ବେଳେ ଆତ୍ମହତ୍ୟାକୁ ବାଛି ନେଇଛନ୍ତି ପିଡ଼ୀତା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ କିନ୍ତୁ ସେ ହାରି ଯାଇଛନ୍ତି । କୁନ୍ଦୁଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଗତ ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲିର ନବମ ଶ୍ରେଣୀର ଛାତ୍ରୀ ଫଟୋ ଉଠାଇ ଫେରୁଥିବା ବେଳେ ଯବାନ ପୋଷାକ ପରିହିତ ୪ ଜଣ ଦୁର୍ବୃତ୍ତଙ୍କ ନଜର ପଡ଼ିଥିଲା । ଯେତେ ଚିତ୍କାର କରି ଥିଲେ ମଧ୍ୟ କାହାରି କାନକୁ ଶୁଭୁ ନ ଥିଲା । ଦୁଷ୍କର୍ମ କରି ଫୋପାଡ଼ି ଚାଲି ଯାଇଥିଲେ ସେହି ଦୁର୍ବୃତ୍ତମାନେ । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୁନ୍ଦୁଲି ମେଡ଼ିକାଲ ଓ ପରେ କୋରାପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଂଚ ତଦନ୍ତ ହେଲା । ମାବାଧିକାର କମିଶନ ମଧ୍ୟ ତଦନ୍ତ କଲେ କିନ୍ତୁ ଶେଷରେ ରିପୋର୍ଟ ଆସିଥିଲା କି କୁନ୍ଦୁଲି ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହୋଇ ନାହିଁ । ଯାହାକୁ ନେଇ ଭାଙ୍ଗି ପଡ଼ିଥିଲେ ଛାତ୍ରୀ ଜଣକ । 

ଅକ୍ଟୋବର ୩୦ ରେ ପ୍ରଥମେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋରାପୁଟ ମେଡ଼ିକାଲ ଓ ପରେ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଜୋର ଜବର ଦସ୍ତ ରଖାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ସେ କିନ୍ତୁ ଜୀବନର ଶେଷ ନିଶ୍ୱାସ ପର୍ୟ୍ୟନ୍ତ ନିଜ କଥାରେ ଅଟଳ ଥିଲେ । ରାଜ୍ୟ ପୋଲିସ, କ୍ରାଇମବ୍ରାଂଚ, ମାନବିକ ଅଧିକାର ଆୟୋଗ ନାମକୁ ମାତ୍ର ତଦନ୍ତ କରି ପରବର୍ତ୍ତୀ ସମୟରେ ଚୁପ ରହିଯିବା କାରଣରୁ ପୀଡ଼ିତା ଏଭଳି ଚରମ ନିଷ୍ପତ୍ତି ଆପଣାଇ ନେଇଥିବା ସ।ଧ।ରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here