ପଦ୍ମ ପୋଖରୀରେ ବୁଡ଼ ପକ।ଇଲେ ,ମିହିର, ଅନୁ ଓ ରମାରଞ୍ଜନ ବଳିୟାର ସିଂ ।

0
99

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟୀରେ ଆଜିକାଲି ଅଭିନେତା ରୁ ନେତା ହେବା ପ।ଇଁ ଆଶ।ୟୀଙ୍କ ମିଶ୍ରଣ ଦେଖିବ।କୁ ମିଳୁଛି । ଏହି କ୍ରମରେ ଆଜ ବିଜେପିିରେ ଯୋଡ଼ି ହୋଇଯାଇଛନ୍ତି ଅଭିନେତା ମିହିର ଦାସ ଓ ଅନୁ ଚୌଧୁରୀ । ଏହା ସହିତ ରମାରଞ୍ଜନ ବଳିୟାର ସିଂ ନିଜର ଶତାଧିକ କର୍ମୀଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଦଳରେ ସାମିଲ ହୋଇଛନ୍ତି ।
ପୂର୍ବରୁ ବିଜେଡ଼ିରେ।ଯୋଗ ଦେଇଥିବା ମିହିର ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପି ମିଶିଛନ୍ତି ବୋଲି କହିଛନ୍ତି । ଏବଂ କଟକ, ପୁରୀ ସତ୍ୟବାଦୀ, ଢ଼େଙ୍କାନାଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ, ଉପସଭାପତି ସମୀର ମହାନ୍ତି,ସମ୍ପାଦକ ପୃଥୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ସଭା ନେତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here