ବଜ।ରକୁ ଆସୁଛି ଜିପ୍

0
130

ବିଶ୍ବର ସବୁଠାରୁ ଲୋକପ୍ରିୟ ୨୦୧୮ ଜିପ୍‌ ରାଙ୍ଗଲର୍‌କୁ ଲସ୍ ଆଞ୍ଜେଲସର ଫିଏଟ୍‌ କ୍ରିସ୍‌ଲର୍‌ ଅଟୋମୋବାଇଲସ୍‌ ପକ୍ଷରୁ ଉନ୍ମୋଚନ କରାଯାଇଛି। ଜିପ୍‌ ବ୍ରାଣ୍ଡର ମୁଖ୍ୟ ମାଇକ୍‌ ମାନ୍‌ଲି କହିଛନ୍ତି ଯେ, ଦକ୍ଷତା ଏବଂ ଖୋଲା ପବନ ସ୍ବାଧୀନତା ପାଇଁ ଜିପ୍‌ ବ୍ରାଣ୍ଡ୍‌ ପରିଚିତ। ନୂଆ ୨୦୧୮ ଜିପ୍‌ ରାଙ୍ଗଲର୍‌ ଏହି ପରମ୍ପରାକୁ ଆଗକୁ ବଢ଼ାଇବ। ଦୁଇ ଏବଂ ଚାରି ଡୋର୍‌ ବିଶିଷ୍ଟ ମଡେଲ୍‌ରେ ଏହା ଉପଲବ୍ଧ ହେବ। ଆମେରିକାର ଓହାୟୋଠାରେ ଏହି ଏସ୍‌ୟୁଭିକୁ ନିର୍ମାଣ କରାଯାଉଛି। ଜାନୁଆରି 2018ରେ ଏହା ବଜାରରେ ଉପଲବ୍ଧ ହେବ । ନୂଆ ଜିପ୍ ରାଙ୍ଗଲରରେ ଚାରିଟିକିଆ ଟର୍ବୋ ଇଂଜିନ ସାଙ୍ଗକୁ ଏହାର ଭିତର ସୌନ୍ଦର୍ଯ୍ୟକରଣ, ଏଣ୍ଟରଟେନମେଣ୍ଟ ଓ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି  । ଜିପ ବ୍ରାଣ୍ଡ ହିଁ ଅଧିକାଂଶ ଗାଡି ଚାଳକଙ୍କ ପ୍ରଥମ ପସନ୍ଦ ହୋଇଥାଏ । ଏହାର ଇଂଜିନ ଦକ୍ଷତା ଓ ରଫ ଆଣ୍ଡ ଟଫ୍ ବ୍ୟବହାର ପାଇଁ । 1940ରେ ଏକ ସାମରିକ ଗାଡି ଭାବେ ଜିପର ବ୍ୟବହାର ଆରମ୍ଭ ହେବା ସମୟରୁ ଏହାର ଲୁକ୍ ଯେମିତି ଥିଲା ନୂଆ ଜିପ ରାଙ୍ଗଲରରେ ମଧ୍ୟ ସେହି ଲୁକ ଦିଆଯାଇଛି । ଏଥିସହିତ ଏହାର ଆକରକୁ ମଧ୍ୟ ସେହିଭଳି ଚାରିକୋଣିଆ ଆକାର ଦିଆଯାଇଛି । ଏଥିରେ ଡୋରକୁ ଖୋଲିଦେବା ଏବଂ ହୁଡ୍ ଉଠାଇ ଦେବାର ଅପସନ ମଧ୍ୟ ରହିଛି । ଡବଲ ଡୋର ଜିପ ରାଙ୍ଗଲରର ଲମ୍ବା 166.8 ଇଂଚ  ।

  

LEAVE A REPLY

Please enter your comment!
Please enter your name here