ଉଦଘାଟନ ଉତ୍ସବ ହେଲା ଅଧ।ରୁ ବନ୍ଦ, ମନ୍ତ୍ରୀ ପଡିଗଲେ ତଳେ

0
125

ଭୁବନେଶ୍ୱର: ନବ ନିର୍ମିତ ଟ୍ରାନ୍ସଫରମର ଉଦଘାଟନକୁ ନେଇ କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଯୁଦ୍ଧ କ୍ଷେତ୍ର ପ।ଲଟିଲ। କଟକ ଜିଲ୍ଲା ସାଲେପୁର ଅଞ୍ଚଳ କଂଗ୍ରେସ ଓ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଲୋକ ଆହତ ହୋଇଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତଳେ ପଡ଼ିଯିବ। ଫଳରେ ଉଦ୍ଘାଟନ ଉତ୍ସବ ବନ୍ଦ କରି ଦିଆଯାଇଛି ।

 

ସୂଚନା ମୁତାବକ କଟକ ଜିଲ୍ଲା ସାଲେପୁର ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ସେକସନ ମଢ଼ଙ୍ଗାଠାରେ ଅନୁଷ୍ଠିତ ୩୩/୧୧କେଭି ସବଷ୍ଟେସନ ଉଦଘାଟନ ବେଳେ ଏଭଳି ପରିସ୍ଥିତି ଘଟିଛି ।  ବହୁ ଦିନ ପୂର୍ବରୁ ନିର୍ମାଣ ଶେଷ ହୋଇ ସାରିଥିବା ସବଷ୍ଟେସନ ରାଜନୈତିକ ବ।ଦ ପ୍ରତିବାଦ କ।ରଣରୁ ଉଦ୍ଘାଟନ ହୋଇପ।ରୁନଥିଲ।

 

ଏହି ଉଦଘାଟନ କାର୍ଯ୍ୟରେ ମୁଖ୍ୟଅତିଥି ଭ।ବେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନୀତ ଅତିଥି ସାଲେପୁର ବିଧାୟକ(କଂଗ୍ରେସ) ପ୍ରକାଶ ଚନ୍ଦ୍ର ବେହେରା, ସାଂସଦ ବୈଜୟନ୍ତ ପଣ୍ଡା, କଟକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ଯୋଗ ଦେବାର ଆଗରୁ ସ୍ଥିର ହୋଇଥିଲା । ବିଧାୟକ ନିଜ ସମର୍ଥକଙ୍କ ସହିତ ଏକ ବିର।ଟ ଶୋଭାଯାତ୍ରାରେ ଉଦଘାଟନସ୍ଥଳକୁ ଆସିଥିବା ବେଳେ ଶକ୍ତିମନ୍ତ୍ରୀ ତାଙ୍କର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ପହଞ୍ଚି ଥିଲେ । ଫଳରେ ଉଭୟ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଉପସ୍ଥିତ ଥ।ଇ ମଧ୍ୟ ଏହି ଗଣ୍ଡଗୋଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here