ଅପରାଧ ମୁକ୍ତ ଜୋନ୍ ହେବ ର।ଜ୍ୟର ସବୁ ଶିକ୍ଷାନୁଷ୍ଠାନ

0
63

ଭୁବନେଶ୍ୱର:ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକୁ ଅପରାଧ ମୁକ୍ତ ଜୋନ୍ କରାଯିବ । ଏକ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଡ. ଆର.ପି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ର।ଜ୍ୟର ବିଭିନ୍ନ ସ୍କୁଲ ଓ କଲେଜ ପରିସର ମଧ୍ୟରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ବଢାଇବା ସହ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀଙ୍କ ନାମ ତାଲିକା ପଠାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଣଛାତ୍ର ଓ ରୋମିଓ ମାନଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୋଲିସ୍ ଙ୍କୁ ମୁତୟନ କରିବା , ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ ବିକ୍ରି ବନ୍ଦ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଛ।ତ୍ରଛ।ତ୍ରିଙ୍କ ଦ୍ବାରା ହେଉଥିବା ସ୍ମାର୍ଟ ଫୋନ୍ ର ଅପବ୍ୟବହାର କିପରି ରୋକ। ଯ।ଇପ।ରିବ ସେ ଦିଗରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here