ପ୍ରଦୀପ ମହ।ରଥିଙ୍କ ଜ୍ୟୋତିଷବ।ଣୀ

0
624

ଭୁବନେଶ୍ବର: ସବୁ ସମୟରେ ନିଜକୁ ଚଷ।ପୁଅ ବୋଲ।ଉଥିବ। ଓଡ଼ିଶାର କୃଷି ମନ୍ତ୍ରୀ ପ୍ରଦିପ ମହ।ରଥି ଏବେ ଜ୍ୟୋତିଷବ।ଣୀ ଶୁଣ।ଉଛନ୍ତି । ଆଶର୍ଯ୍ୟ ହେବାର କିଛି କ।ରଣ ନ।ହିଁ । କ।ରଣ ଏହ। ସତ । ନିଜକୁ ସବୁବେଳେ ଚଷା ପୁଅ ବୋଲି କୋହୁଥିବା ପିପିଲି ଟାଇଗର ତଥା ରାଜ୍ୟ କୃଷି ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥି ବିଜେପିର ମିଶନ ୧୨୦+କୁ ନେଇ ଭବିଷ୍ୟତବାଣୀ ଦେଇଛନ୍ତି । ଚଷାପୁଅ ଜ୍ୟୋତିଷ ହୋଇ କହିଛନ୍ତି ଯେ ବିଜେପିର ୧୨୦ ମିଶନରୁ ୧୦୦ ମାଇନସ ହୋଇଯିବ । ୨୦ ସିଟି ପାଇବ ଦଳ । ଏବେ ସେମାନେ ୧୦ଜଣ ବିଧାୟକ ଅଛନ୍ତି, ଆଉ ୧୦ ହୋଇପାରନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବିଜେପିର ୧୨୦+ ମିଶନକୁ ଆକଳନ କରି ଜ୍ୟୋତିଷ ପରି ଗଣମାଧ୍ୟମରେ ଭବିଷ୍ୟତବାଣୀ ଦେଇଛନ୍ତି ମନ୍ତ୍ରୀ ମହାରଥି । କେବଳ ସେତିକି ନୁହେଁ, ବିଜେପି ଯେପରି ଦଶା ଭୋଗିଥିଲା ଗୁଜୁରାଟରେ ସେପରି ଦଶା ଏଠି ଭୋଗିବ ବୋଲି ମହରଥି କହିଛନ୍ତି । ଗୁଜରାଟରେ ବିଜେପି ୧୫୦ ମିଶନ ରଖି ୯୯ସିଟ ପାଇଥିଲା । ତେଣୁ ଓଡ଼ିଶାରେ ୧୨୦ ମିଶନର ରଖି ବିଜେପି ୨୦ଟି ସିଟ ପାଇବ ବୋଲି ଭବିଷ୍ୟତବାଣିୀ କରିଛନ୍ତି ମହାରଥି । ମହାରଥିଙ୍କ ଏପରି ଭବିଷ୍ୟତବାଣିୀଙ୍କୁ ନାଟକବାଜି ବୋଲି କହିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ଯେ ମହାରଥି ମନ୍ତ୍ରୀପଦ ଛାଡ଼ି କେଉଁ ଦିନ ଠାରୁ ଖଡ଼ି ଧରିଲେଣୀ ବୋଲି ଦଳ ପାଲଟା ପ୍ରଶ୍ନ କରିଛି । ପ୍ରଥମେ ସେ ଚାଷୀ ଓ ଚାଷ କଥା ବୁଝନ୍ତୁ ତା ପରେ ଭବିଷ୍ୟତବାଣୀ ଦେବେ । ବିଜେପି ଓଡ଼ିଶାରେ ମିଶନ ୧୨୦ ସ୍ୱପ୍ନ ସାକ।ର କରିବ । ଗତ ପଂଚାୟତ ନିର୍ବାଚନ ଲୋକେ ସରକାର ବଦଳାଇବେ ବୋଲି ମନସ୍ଥ କରିଥିବା ବିଜେପି କହିଛି । ତେଣୁ ମହାରଥି ବାବୁ ଏକଥାକୁ ବୁଝନ୍ତୁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କିଏ କେତେ ସିଟ ପାଇବ ସେ ଗଣିତଙ୍କୁ ନେଇ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here