କୋଟିଆ ମ।ଗୁଛି ଅଧିକାର

0
51

କୋରାପୁଟ : ଜନତା ନିଜର ହକ୍ ଓ ଅଧିକ।ର ସରକାର ପ।ଖରେ ଦ।ବିକରେ ହେଲେ ଏଠି କିନ୍ତୁ ଦେଖିବ।କୁ ମିଳୁଛି ଓଲଟ। ଦେଶର ଦୁଇଟି ରାଜ୍ୟ ଏହ। ତ।ଙ୍କ ସୀମାରେ ଯ।ଉଛି ବୋଲି ଦ।ବି କରୁଥିବା ବେଳେ ସୁବିଧା, ସୁଯୋଗ, ସେବା ପ୍ରଦାନ କରିବାରେ ଏତେ ମୁହଁ ମୋଡ। ନିତି କ।ହିଁକି । ଦେଶ ବୁଲେଟ ଟ୍ରେନ ର ସ୍ବପ୍ନ ଦେଖୁଥିବ। ବେଳେ କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଂଚାୟତରେ ସଡ଼କ ଟିଏ ପହଂଚି ପାରି ନାହିଁ । ପାଣି, ବିଜୁଳି, ସଡ଼କ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏବେ ନୁଆ ଆଶା ସୃଷ୍ଟି ହୋଇଥିବା ଜଣାଯାଇଛି ।

ନିକଟରେ ଆନ୍ଧ୍ରପ୍ରଦେଶର କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି କୋଟିଆର ତଳ ଗଞ୍ଜେଇ ପଦରରେ କମ୍ବଳ ଓ ଭତ୍ତା ବିତରଣ କରିବା ପରେ ଓଡ଼ିଶା ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ତା ପରଠାରୁ ଓଡ଼ିଶା ଏହି ଗାଁ ଗୁଡ଼ିକର ବିକାଶ ପାଇଁ ଅଣ୍ଟା ଭିଡ଼ିଛି । କୋଟିଆ ଠାରୁ ସେମ୍ବି ପର୍ଯ୍ୟନ୍ତ ଏବେ ଦୃତ ଗତିରେ ରାସ୍ତା ନିର୍ମାଣ ଚାଲିଛି । ଆମ କୋଟିଆ ସଂଗଠନ ପକ୍ଷରୁ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, କୋଟିଆ ଗସ୍ତ କରିବା ସହ ରାସ୍ତା ନିର୍ମାଣ କାମକୁ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ ପାଣି ଖୁବ୍ ଶୀଘ୍ର ଏଠାକୁ ଏକ ବସ୍ ଚଳାଚଳ ପାଇଁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here