ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା

0
106

ଭୁବନେଶ୍ୱର:ଗୋଟିଏ ପଟେ ବିଜେଡି ଓ ଅନ୍ୟ ପଟେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ପୁଣି ଏବେ ତ।ଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ୍ ର ଅଧ୍ୟକ୍ଷା ସବିତା ଓଝା । ବ୍ଲକ୍ କୁ ସାଂସଦ ପାଣ୍ଠି କାମ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ଗତକାଲି ଅପରାହ୍ନ ୫ ଟା ୩୦ରେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ସବିତା ଓଝ। ନିଜର ସମର୍ଥକଙ୍କ ସହିତ ନବୀନ ନିବାସ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିଲେ । ଏକଥା ଅଭିଯୋଗରେ ଦର୍ଶାଇ ମଧ୍ୟ କହିଛନ୍ତି ବୈଜୟନ୍ତ ଦଳୀୟ ନେତା ଓ କର୍ମୀଙ୍କ ସହିତ ସମ୍ପର୍କ ରଖୁନଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ନେତା ମାନଙ୍କୁ କୌଣସି ସୂଚନା ଦେଉ ନାହାନ୍ତି । ବ୍ଲକ୍ କୁ ସାଂସଦ ପାଣ୍ଠିରୁ କାମ ମିଳୁ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଘଟଣା ସମ୍ପର୍କରେ ବୁଝିବେ । ଏନେଇ ନିଜ ସହଯୋଗୀମାନଙ୍କ ସହିତ ଆଲୋଚନା କରିବେ । ଅଭିଯୋଗରେ ସତ୍ୟତା ଥିଲେ ଠିକଣା ସମୟରେ ଉଚିତ୍ ପଦକ୍ଷେପ ନେବେ ବୋଲି ସେ କହିଥିଲେ ।

ଅନ୍ୟପଟେ ସାଂସଦ ଶ୍ରୀ ପଣ୍ଡାଙ୍କ ସଚିବ ଜ୍ୟୋତିପ୍ରକାଶ ଘୋଷ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏମପି ଲ୍ୟାଡ୍ ରୁ ଟଙ୍କା ଦିଆଯାଇଥାଏ । କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତଙ୍କୁ ଚିଠି କରି ନିମନ୍ତ୍ରଣ କରାଯାଇଥାଏ । ମାତ୍ରେ କୌଣସି କାରଣ ଯୋଗୁଁ ସେମାନେ ଯୋଗ ଦିଅନ୍ତି ନାହିଁ । ସେହିପରି କିଏ କାମ କରୁଛି ବା ନକରୁଛି ତାହା ଲୋକେ ବୁଝିସାରିଲେଣି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here