ମା’ସମଲେଶ୍ୱରୀଙ୍କ ପୀଠ ସମ୍ମୁଖରେ ଭିକ୍ଷ।ବୃତ୍ତି କଲେ ୧୦୮ କର୍ମଚାରୀ

0
66

ସମ୍ବଲପୁର: ଆଜି ମକର ସଂକ୍ରାନ୍ତି ପାଇଁ ରାଜ୍ୟ ଚଳ ଚଞ୍ଚଳ ଥିବା ବେଳେ ସମ୍ବଲପୁରର ମା’ସମଲେଶ୍ୱରୀଙ୍କ ପୀଠ ପରିସରରେ ଚଳଚଞ୍ଚଳ ଥିବା ଦେଖିବ।କୁ ମିଳିଥିଲା । କିନ୍ତୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲ।ପିଠରେ ନିଜର ହକ୍ ପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରୁଥିବାର ନଜର ଆସିଥିଲେ । ସରକାର ସେମାନଙ୍କ ଦାବି ପୂରଣ କରୁ ନ ଥିବା ବେଳେ ଆଜି ଏହିଭଳି ଏକ ଅଭିବନ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ।

ଶାନ୍ତିପୂର୍ଣ୍ଣ ଭାବରେ ଭିକ୍ଷା ବୃତି କରୁଥିବା ସହ ପ୍ଲାକାର୍ଡ ଧରି ମନ୍ଦିର ସମ୍ମୁଖରେ ବସି ରହିଛନ୍ତି । ଭିକ୍ଷାରୁ ଯାହା ମିଳିବ ତାହାକୁ ନେଇ ନିଜେ ରଖିବା ସହିତ ଜେଲ୍‌ରେ ଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ଦେବୁ ବୋଲି କହିଛନ୍ତି
ଆମ୍ବୁଲାନ୍ସ କର୍ମଚାରୀ ।

ଆମ୍ବୁଲାନ୍ସ କର୍ମଚାରୀ ସଂଘ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା ଜିକ୍ୱିକା ହେଲ୍‌ଥ ଠିକା ସଂସ୍ଥା ଶ୍ରମ ଆଇନର ଖୋଲାଖୋଲି ଉଲ୍ଲଂଘନ କରୁଥିବା ପ୍ରତିବାଦରେ ଡିସେମ୍ବର ୨୦ରୁ ଆନ୍ଦୋଳନ କରିଥିଲା ସଂଘ । ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକା ସଂସ୍ଥା ଦାୟିତ୍ୱରୁ ମୁକ୍ତ କରି ସରକାର ନିଜ ହାତକୁ ନିଅନ୍ତୁ ବୋଲି ଦାବି କରିଥିଲେ । ମାତ୍ର ପରେ ସଂଘ ଆନ୍ଦୋଳନ କରୁଥିବାବେଳେ ୩୫୮ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା । ବନ୍ଦୀ କର୍ମଚାରୀଙ୍କୁ ମୁକ୍ତ କରିବା ଦାବିରେ କିଛି ଆମ୍ବୁଲାନ୍ସ କର୍ମଚାରୀ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ ଘେରାଉ କରିବା ସମୟରେ ପୋଲିସ ଲାଠି ଚାର୍ଜ କରିଥିଲା । ସଂଘର ୩୫୦ରୁ ଅଧିକ କର୍ମଚାରୀଙ୍କୁ ପ୍ରଶାସନ ଜେଲରେ ରଖିଥିବାବେଳେ ଏହାକୁ ଆଜି ମନ୍ଦିର ଆଗରେ ପ୍ରତିବାଦ କରିବା ସହ ଏହାର ସ୍ଥାୟୀ ସମାଧାନ ନ ହେଲେ ସେମାନେ ଆତ୍ମାହୂତି ଦେବେ ବୋଲି ଧମକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here