ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ପରେ କିରୋସିନୀ ଢ଼ାଳି ହତ୍ୟା ଉଦ୍ୟମ

0
86

ରାଇରଙ୍ଗପୁର: ବ।ପ।ଙ୍କ ଦିତୀୟ ଅବତାର ହେଉଛନ୍ତି ଶଶୁର । ହେଲେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ନିଜ ବୋହୂକୁ ଜଣେ ଶ୍ୱଶୁର ଦୁଷ୍କର୍ମ କରି ପରେ କିରୋସିନୀ ଢ଼ାଳି ହତ୍ୟା ଉଦ୍ୟମ କରିବା ଘଟଣା ର।ଇରଙ୍ଗପୁରରେ ଚାଞ୍ଚଲ୍ୟ ଖେଳିଯାଇଛି ।
ରାଇରଙ୍ଗପୁରର ବଜାରସାହି ରେ ଗତ ଶୁକ୍ରବାର ସକାଳ ପ୍ରାୟ ୭ଟାରେ ନିଆଁରେ ଜଳି ଚିତ୍କାର କରୁଥିଲେ ରାମଗୋପାଳଙ୍କ ବୋହୁ। ବଞ୍ଚାଅ ବଞ୍ଚାଅ ଡାକ ଛାଡ଼ୁଥିବ। ସମୟରେ  ତାଙ୍କ ସ୍ୱାମୀ ଶାଶୂ ଏବଂ ନଣନ୍ଦ ଆସି ଉଦ୍ଧାର କରି ଜାମ୍‌ସେଦ୍‌ପୁରର ଏକ ମେଡ଼ିକାଲରେ ଭର୍ତ୍ତି କରିଥିଲେ।  ତାଙ୍କ ଶରୀରର ଅଧ।ରୁ ଅଧିକ ଅଂଶ ଜଳିଯାଇଛି।  ଏଭଳି ସ୍ଥିତିରେ ପୀଡ଼ିତାଙ୍କ ବାପା, ମା’ଙ୍କ ଅଭିଯୋଗ ଝିଅକୁ ଦୁଷ୍କର୍ମ କରାଯାଇଥିଲା।  ପରେ ନିଆଁ ଲଗାଇ ଜାଳିଦିଆ ଯାଇଛି ।   ପରିବାର ଲୋକଙ୍କ ଅଭିଯୋଗ, ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିଲା ଝିଅ । ଏ ସମ୍ପର୍କରେ ସେ ସ୍ୱାମୀଙ୍କୁ ମେସେଜ୍ କରି ଜଣ।ଇଥିଲେ ।

ଏହି ଘଟଣା କାଳେ ବ।ହ।ରେ ଜଣ। ପଡ଼ିବ, ସେହି ଆଶଙ୍କା କରି ପୀଡ଼ିତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଆଉ ଗୁରୁତର ଅବସ୍ଥାରେ ଜାମ୍‌ସେଦପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଝିଅକୁ ଦେଖିବାକୁ ଯାଇଥିଲେ ପରିବାର ଲୋକେ । ମେଡ଼ିକାଲ ଭିତରେ ଅଭିଯୁକ୍ତକୁ ନିସ୍ତୁକ ପିଟିଥିଲେ।  ଏପଟେ ରାଇରଙ୍ଗପୁର ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳ।ଇଛି ।

LEAVE A REPLY

Please enter your comment!
Please enter your name here