ମୋଦିଙ୍କ ପ।ଇଁ ବଡ ସମସ୍ୟା ନୂତନ ନିଯୁକ୍ତି ସୃଷ୍ଟି କରିବା

0
64

ନୂଆଦିଲ୍ଲୀ,: ନୂତନ ନିଯୁକ୍ତିର ପରିବେଶ ସୃଷ୍ଟି କରିବା ବିଜେପି ସରକାରଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇ ଆଗରେ ଠିଆ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନ ଇସ୍ତ।ହ।ରରେ ପ୍ରତି ବର୍ଷ ଏକ କୋଟି ନୂତନ ନିଯୁକ୍ତି କର।ଇବ। ପ।ଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିଯ।ଏଁ ସେହି ପ୍ରତିଶ୍ରୁତିକୁ ମୋଦୀ ସରକାର ପାଳନ କରିବାରେ ସକ୍ଷମ ହୋଇପ।ରି ନ।ହ।ନ୍ତି । ଏପଟେ ଦେଖିବ।କୁ ଗଲେ ପ୍ରତିବର୍ଷ ଏକ କୋଟି ଯୁବକ ଦେଶରେ ଚାକିରି ଅନ୍ଳେଷଣରେ ରହୁଛନ୍ତି । କିନ୍ତୁ ଅଟୋମେସନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାରଣରୁ ଅନେକ ସେକ୍ଟରରେ ନିଯୁକ୍ତି ପାଇବାରେ ବିଫଳ ହେଉଛନ୍ତି।  ଏପରି ପରିସ୍ଥିତିରେ ମୋଦୀ ସରକାର ୨୦୧୯କୁ ଆଖିରେ ରଖି ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ କିଛି ଘୋଷଣା କରିପ।ରନ୍ତି । ଏପଟେ ବଜେଟରେ ମୋଦୀ ସରକାରଙ୍କ ପାଇଁ ଏକ ସୁଯୋଗ ରହିଛି।  ଏହା ମ।ଧ୍ୟମରେ ପ୍ରଧାନମନ୍ତ୍ରୀ ବେରୋଜଗାରୀ ସମସ୍ୟାକୁ ଅନେକାଂଶରେ ଦୂର କରି ନିର୍ବାଚନୀ ଆଧାରକୁ ଅଧିକ ମଜଭୁତ କରି ପାରିବେ। ନୂତନ ନିଯୁକ୍ତି ଅବସର ସୃଷ୍ଟି କରିବା ମାମଲାରେ ବର୍ତ୍ତମାନର ସ୍ଥିତିରେ ସୁଧାର ଆଣି ପ।ରିବେ ।

 ସେ ପୁଣି ଯେଉଁ ସମୟରେ ଦେଶର ଅଧିକାଂଶ ଜନସଂଖ୍ୟା ଯୁବ ଅଛନ୍ତି। ଏମିତିରେ ପ୍ରତ୍ୟେକ କ୍ଷେତ୍ର, ସହରାଞ୍ଚଳ-ଗ୍ରାମାଞ୍ଚଳ, ଜାତି ଓ ଧର୍ମର ଲୋକଙ୍କ ପାଇଁ ବେରୋଜଗାରୀ ପ୍ରସଙ୍ଗ ବହୁତ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଯାଇଛି। ଏହା ଏକ ଏମିତି ସମସ୍ୟା ଯାହା ଆଗାମୀ ଦିନରେ କ୍ଷମତାଧାରୀ ଭାରତୀୟ ଜନତା ପାର୍ଟିକୁ ବହୁତ କ୍ଷତି ପହଞ୍ଚାଇପାରେ।

ସୂଚନା ଆସୁଛି ଯେ ସରକାର ଏହି ବଜେଟରେ ଚାକିରିକୁ ନେଇ ବଡ଼ ଘୋଷଣା କରିପାରନ୍ତି।  ଆଶା ସରକାର ଏହି ବଜେଟରେ ରାଷ୍ଟ୍ରୀୟ ରୋଜଗାର ନୀତିର ଘୋଷଣା କରି ପାରନ୍ତି। ଏହି ନୀତିରେ ବିଭିନ୍ନ କ୍ଷେତ୍ରଗୁଡିକରେ ନବ ନିଯୁକ୍ତି ସୃଷ୍ଟି କରିବ।ର ବ୍ଲୁ ପ୍ରିଣ୍ଟ୍ ରହିବ ।

LEAVE A REPLY

Please enter your comment!
Please enter your name here