ଅକ୍ଟୋବର ୨ସୁଦ୍ଧା ଓଡ଼ିଶାର ସବୁ ଗଁ।କୁ ବିଜୁଳି :ମୁଖ୍ୟମନ୍ତ୍ରୀ

0
78

ଭୁବନେଶ୍ୱର, ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏକ ସର୍ଭେରୁ ଜଣାପଡିଛି ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମ ରାଜ୍ୟରେ ସନ୍ତୋଷଜନକ ଭାବରେ ଆଗେଇ ଚାଲିଛି । ବର୍ତମାନ ରାଜ୍ୟର ୪୭,୬୭୭ ଗାଁ ମଧ୍ୟରୁ ୪୭,୬୫୫ ଗାଁକୁ ବିଜୁଳି ସଂଯୋଗ ସମ୍ପୁର୍ଣ୍ଣ ହୋଇଛି । ବାକି ୨୨ଟି ଗ୍ରାମକୁ ବିଜୁଳି ସଂଯୋଗ ବ।କିରହିଛି । ଏହା ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ସେହିପରି ରାଜ୍ୟର ୨୨,୦୦୦ ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ବଲାଙ୍ଗୀର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାମାନଙ୍କରେ ଏଭଳି ଗାଁ ଅଧିକ ରହିଛି । ତେଣୁ ପ୍ରତି ମାସରେ ହାରାହାରି ୩ଗୋଟି ଜିଲ୍ଲାରେ ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟନେଇ ଆଗାମୀ ୧୦ମାସ ମଧ୍ୟରେ ସବୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ସେହିପରି ୨୮ ଲକ୍ଷ ପରିବାରକୁ ମଧ୍ୟ ଯୁଦ୍ଧକାଳୀନ ଭିତିରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇ ଅକ୍ଟୋବର ୨ ସୁଦ୍ଧା ଓଡ଼ିଶାର ସବୁ ସହର ଓ ଗାଁର ସବୁଘରେ ବିଜୁଳି ସୁବିଧା ଉପଲବ୍ଧ କରାଯିବ । ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ମାସରେ ମୁଖ୍ୟ ଶାସନ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥା ସହିତ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here