ସି-ସୋର ମୁଖ୍ୟ ପ୍ରଶ।ନ୍ତଙ୍କୁ ପୁଣି ବ।ନ୍ଧିନେଲ। ପୋଲିସ

0
79

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ମୁଖ୍ୟ ଗତକାଲି ଜେଲ ରୁ ମୁକୁଳି ବ।ହରକୁ ନ ଆସୁଣୁ ଆଜି ପୁଣି ପୋଲିସ ତ।ଙ୍କୁ ବାନ୍ଧିନେଇଛି । ଢେଙ୍କାନାଳ ପୋଲିସ ତାଙ୍କୁ ଆଜି ଏକ ୱାରେଣ୍ଟ ବଳରେ ପ୍ରଶାନ୍ତଙ୍କୁ ତ।ଙ୍କ ଝାରପଡ଼ା ବାସଭବନରୁ ଗିରଫ କରିନେଇଛି ।ତାଙ୍କ ବିରୋଧରେ ଥିବା ୮ଗୋଟି ମାମଲାରେ ହାଇକୋର୍ଟ ଓ ତଳକୋର୍ଟରୁ ବେଲ୍ ମିଳିବା ପରେ ସେ ମୁକୁଳି ଥିଲେ।

ସୂଚନାଯୋଗ୍ୟ, ପ୍ରଶ।ନ୍ତ ସି-ସୋର କମ୍ପାନୀ ମାଧ୍ୟମରେ ପ୍ରାୟ ୫୦୦ କୋଟିର ମହା ଠକେଇରେ ହଜାର ହଜାର ଜମାକାରୀଙ୍କୁ ଠକିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ସି-ସୋର୍ ସମେତ ଓଡ଼ିଶାର ୪୪ଟି ଚିଟ୍‌ଫଣ୍ଡ କମ୍ପାନୀର ତଦନ୍ତ ଭ।ର ସିବିଆଇ ହାତକୁ ନେଇଥିଲା । ସିବିଆଇ ସି-ସୋର୍ ବିରୋଧରେ ଦାୟର କରିଥିବା ଚାର୍ଜସିଟ୍‌ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରିଭେନସନ୍ ଅଫ୍ ମନିଂ ଲଣ୍ଡରିଂ ଆକ୍ଟ ବଳରେ ସି-ସୋର୍ କଂପାନୀର ୨୪୨ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଥିଲା। ଇଡିର ଚାର୍ଜସିଟ୍ ଅନୁଯାୟୀ, ପ୍ରଶାନ୍ତ ଦାଶ ୨୧ଟି ସେଲ୍ କଂପାନୀ ଓ ୧୩ଟି କୋପରେଟିଭ୍ ସୋସାଇଟି ମାଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଲୋକଙ୍କୁ ଠକିଛନ୍ତି ।

LEAVE A REPLY

Please enter your comment!
Please enter your name here