ସ୍ମ।ର୍ଟ ସିଟିରେ ସ୍ମ।ର୍ଟ ହେବ ଟ୍ରାଫିକ ବ୍ୟବସ୍ଥା

0
138

ଭୁବନେଶ୍ୱର : ଦେଶର ପ୍ରଥମ ସ୍ମ।ର୍ଟ ସିଟିର ଟ୍ରାଫିକ ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ । ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ପୋଲିସମାନେ ଆଉ ଠିଆ ହୋଇ ହାତ ହଲ।ଇ ଗାଡ଼ିକୁ ନିୟନ୍ତ୍ରଣ କରିବେନି । ଦେଶର ମେଟ୍ରୋ ସହର ଦିଲ୍ଲୀ, ବମ୍ବେ ଭଳି ଭୁବନେଶ୍ୱରର ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଟ୍ରାଫିକ ସିଗିନାଲ୍ କୁ ଦେଖି ଯାତ୍ରୀମାନେ ରାସ୍ତା ପାର ହେବେ । ସମ୍ପୁର୍ଣ୍ଣ ସହରର ୬୩ଟି ସ୍ଥାନରେ ଆଡପ୍ଟିଭ୍ ଟ୍ରାଫିକ୍ ସିଗିନାଲ୍ ସିଷ୍ଟମ କାର୍ଯ୍ୟକାରୀ ହେବ ।  ଏହି ପ୍ରକଳ୍ପ ପାଇଁ ୧୪.୬୯ କୋଟି ବ୍ୟୟବରାଦ ହୋଇଛି । କାର୍ଯ୍ୟକାରୀ ସଂସ୍ଥା ଆସନ୍ତା ୭ ବର୍ଷ ଯାଏଁ ଟ୍ରାଫିକ୍ ଲାଇଟ୍ ର ରକ୍ଷଣାବେକ୍ଷଣ କରିବ । ଭିଡ଼ିଓଗ୍ରାଫି ଜରିଆରେ ଟ୍ରାଫିକ୍ ପୋଷ୍ଟ ଗୁଡ଼ିକର ତଦାରଖ କରାଯିବ । ନିୟମ ଉଲ୍ଲଘଂନ ବିଷୟରେ କମିଶନର ପୋଲିସ ତଦାରଖ କରିବେ । ଏହି ବତୀଖୁଣ୍ଟ ଗୁଡ଼ିକ ସୋଲାର ପାୱାରରେ ଚାଲିବ ବୋଲି ସୂଚନା ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here