ଆସନ୍ତା ତିନିମାସ ଭିତରେ ଗଠିତ ହେବ ଜଳ ବିବାଦ ଟ୍ରାଇବୁନାଲ :ନୀତିନ ଗଡକରି

0
80

ନୂଆଦିଲ୍ଲୀ : ଆସନ୍ତା ତିନିମାସ ଭିତରେ ଜଳ ବିବାଦ ଟ୍ରାଇବୁନାଲ ଗଠନ ହେବ ବୋଲି ଲୋକସଭାରେ ସଡକ ଓ ପରିବହନ, ଜଳ ସମ୍ପଦ ଏବଂ ନଦୀ ବିକାଶ , ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡକରି ସୂଚନା ଦେଇ ଆଜି କହିଛନ୍ତି । ବିଜେଡି ଦଳର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ରଉତ୍ତରେ ନୀତିନ ଗଡକରି ଏହା କହିଛନ୍ତି । କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନକୁ ବିରୋଧ କରୁ ନାହ।ନ୍ତି । ଏହା ରାଜ୍ୟ ମ।ନଙ୍କର ଅଧିକାର, ଆସନ୍ତା ତିନିମାସ ମଧ୍ୟରେ ଏହା ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଲୋକସଭାର ପ୍ରଶ୍ନକାଳରେ ସାଂସଦ ନଗେନ୍ଦ୍ର ପ୍ରଧାନ ଏହି ପ୍ରଶ୍ନ ଉଠାଇ ଥିଲେ । ଏକ ବର୍ଷ ଭିତରେ ଟ୍ରାଇବୁନାଲ ଗଠନ ପାଇଁ  ଆଇନ ଥିଲ।ବେଳେ କେନ୍ଦ୍ର କାହିଁକି ଏହାକୁ ଗଠନ କରୁ ନାହିଁ ବୋଲି ସାଂସଦ ନଗେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିଲେ ।   କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏ ସମ୍ପର୍କରେ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି । ତ୍ରିପାକ୍ଷିକ ଆଲୋଚନାରେ ଏହାକୁ ସମାଧାନ କରିବାକୁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି  । ଏ ବିଷୟରେ ଓଡିଶାର ପ୍ରତିନିଧି ତାଙ୍କ ସହ କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରନ୍ତୁ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଅଣ ମୌସୁମୀ ସମୟରେ ଓଡିଶାର ଜଳାଭାବ କଥାକୁ ସ୍ୱୀକାର କରିଛନ୍ତି ।   ଓଡିଶା ଓ ଛତିଶଗଡ଼ ସରକାର ମିଳିମିଶି  ବର୍ଷାଦିନେ ମହାନଦୀର ଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ ନିର୍ମାଣ କରନ୍ତୁ ବୋଲି ନୀତିନ ଗଡକରି କହିଛନ୍ତି । ସେହିପରି ସାଂସଦ ଭର୍ତ୍ତୃହରି  ମହତାବ ଆଲୋଚନା ସମୟରେ ଟ୍ରାଇବୁନାଲ କଥା ଉଠାଇଥିଲେ ।   କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନ ସମ୍ପର୍କୀୟ ଆଇନକୁ ଉଲ୍ଲଘଂନ କରୁଛନ୍ତି ବୋଲି କହିଥିଲେ। ତେବେ ଦେଶର ଜଳ ବିବାଦର ସମାଧାନ ପାଇଁ ପୂର୍ଣ୍ଣାଙ୍ଗ ଟ୍ରାଇବୁନାଲ ଗଠନ କରାଯାଉଛି । ମହାନଦୀ ପ୍ରସଙ୍ଗରେ ଟାଇବୁନାଲ ଗଠନ ହେଲେ ଏହା ପୂର୍ଣ୍ଣାଙ୍ଗ ଟ୍ରାଇବୁନାଲରେ ବିଲୀନ ହେବ । ତେବେ ଜଳ ବିବାଦର ସମାଧାନପାଇଁ ଗଠନ କରାଯାଉଥିବା ପୂର୍ଣ୍ଣାଙ୍ଗ ଟ୍ରାଇବୁନାଲକୁ ଆଉ କିଛି ମାସ ଲାଗିବ ।ଆସନ୍ତା ତିନିମାସ ଭିତରେ ଏହି ଟ୍ରାଇବୁନାଲ ଗଠନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତନ କହିଛନ୍ତି ।

ଏପଟେ ଆସନ୍ତା ଶୁକ୍ରବାର ଦିନ ମହାନଦୀ ପ୍ରସଙ୍ଗରେ  କଲିକତା ଉଚ୍ଚ ନ୍ୟାୟାଳୟରେ  ଛତିଶଗଡ ସରକାରଙ୍କ ପକ୍ଷରୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ରାୟ ବିରୋଧରେ କରାଯାଇଥିବା ମାମଲାର ଶୁଣାଣୀ ହେବାରେ ଅଛି । ଜାତୀୟ ସବୁଜ ପ୍ରାଧିକରଣ ଛତିଶଗଡ ମହାନଦୀ ଉପରେ କରିଥିବା ସମସ୍ତ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ । କଲିକତା ଉଚ୍ଚ ନ୍ୟାୟାଳୟର ଏକ ସ୍ୱତନ୍ତ୍ର ବେଞ୍ଚ ଏହାର ଶୁଣାଣୀ ଆସନ୍ତା ଶୁକ୍ରବାର ଦିନ କରିବେ ।

LEAVE A REPLY

Please enter your comment!
Please enter your name here