ରାଜ୍ୟ ସରକାର ଆସାଧୁ ଖଣିଲିିଜ୍ ଧାରୀଙ୍କୁ ଗଳା ବାଟ ଦେଖାଇଛନ୍ତି :ବିଜେପି

0
71

ଭୁବନେଶ୍ୱର: ଭ।ରତୀୟ ସୁର୍ପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଖଣି ମାଫିଆମାନଙ୍କ ଠାରୁ ଡିସେମ୍ବର ୩୧ ତାରିଖ ଭିତରେ ୬୨ ହଜାର କୋଟି ଟଙ୍କା ଆଦାୟ କରିବା ପ।ଇଁ ଆଦେଶ ଦେଇଥିଲେ । ବିଜେପି ଅଭିଯୋଗ କରିଛି ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ସରକାର ଆସାଧୁ ଖଣିଲିିଜ୍ ଧାରୀଙ୍କୁ ଗଳା ବାଟ ଦେଖାଇଛନ୍ତି । ରାଜ୍ୟସରକାର ଚଂଚକତା କରି ୬୦ ହଜାର କୋଟି ଆଦାୟ କରିବା ପାଇଁ ଅସାଧୁ ଖଣି ଲିଜ୍ ଧାରି ମାନଙ୍କୁ ନୋଟିସ କରିଥିଲେ ମଧ୍ୟ ଏବେ ସେମାନଙ୍କ ଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଏକ ସ।ମ୍ବ।ଦିକ ଡ।କି କହିଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ସ୍ବତେ ବି ଅସାଧୁ ଖଣି ଲିଜ୍ ଧାରୀମାନଙ୍କଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବାରୁ ସ୍ପଷ୍ଟ ଜଣା ପଡୁଛି ଯେ କିଭଳିି ଭାବରେ ରାଜ୍ୟ ସରକାର ଓ ଖଣିମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କାହା ସ୍ୱାର୍ଥରେ କେବଳ ୮ ହଜାର ଟଙ୍କା ଆଦାୟ କରାଗଲା ତାହା ରାଜ୍ୟ ସରକାର ଓ ଖଣି ମନ୍ତ୍ରୀ ଓଡିଶାବାସୀଙ୍କ ଜବ।ବ ଦେବେକି । ଯଦି ୧ ହଜାର ଗ୍ରାମ ଉନ୍ନତି ପାଇଁ ଏହି ଅର୍ଥକୁ ଲାଗାଯିବ ବୋଲି ମନ୍ତ୍ରୀ କହୁଛନ୍ତି ତେବେ ମାନ୍ୟବର ସୁର୍ପ୍ରିମକୋର୍ଟଙ୍କ ରାୟ ଅନୁସାରେ ସତପ୍ରତିଶତ ଅର୍ଥ ଆଦାୟକରି ଏହାକୁ କଣପାଇଁ ଆଦିବାସୀମାନଙ୍କ କଲ୍ୟାଣରେ ଲଗାଯିବ ନାହିଁ ବୋଲି ବିଜେଡି ସରକାରକୁ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ନିର୍ବାଚନରେ ସ୍ୱଚ୍ଛତା ଓ ସଂସ୍କରଣ ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇଲେକ୍ଟୋରାଲ୍ ବଣ୍ଡକୁ ରାଜ୍ୟ ବିଜେପି ସ୍ୱାଗତ କରିଛି । ଏହା ନିର୍ବାଚନ ସଂସ୍କରଣର ଗୋଟିଏ ପ୍ରକ୍ରିୟା । ଏଥି ସହ ଏହି ବଣ୍ଡଦ୍ୱାରା ରାଜନୈତିକ ଚାନ୍ଦାରେ ଅଙ୍କୁଶ ଲାଗିବା ସହ କଳାଟଙ୍କାର ବ୍ୟାପକ ବ୍ୟବହାର ଉପରେ ରୋକ୍ ଲ।ଗିପ।ରିବ । ଏହି ନିର୍ବାଚନୀ ବଣ୍ଡ ମାଧ୍ୟମରେ ନଗଦ ଟଙ୍କା କାରବାର ଉପରେ ରୋକ ଲାଗିବା ସହ ନିର୍ବାଚନରେ ସ୍ୱଚ୍ଛତା ଆସିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜେପୁରରେ ହେବ।କୁ ଥିବା ଉପ ନିର୍ବାଚନ ପ୍ରସଂଗରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ କମିଶନ ବିଧିବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ଉପ ନିର୍ବାଚନ କରାଇବାର ଆଇନ ରହିଛି । ମାନ୍ୟବର ନିର୍ବାଚନ କମିଶନର ଯେବେ ତାରିଖ ଘୋଷଣା କରିବେ ନିର୍ବାଚନ ମଇଦ।ନରେ ଓହ୍ଲାଇବା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ । ଅନ୍ୟପଟେ ଶାସକ ବିଜେଡି ସାମ୍ବିଧାନିକ ଅନୁଷ୍ଠାନଗୁଡିକର ମର୍ଯ୍ୟାଦାହାନି କରିବାରୁ କ୍ଷାନ୍ତ ରହୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆସନ୍ତା ଉପନିର୍ବାଚନରେ ବିଜେପୁରବାସୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ଭଷ୍ଟ୍ରାଚାର ବିରୁଦ୍ଧରେ ଏକାଠି ହୋଇ ବିଜେପି ସପକ୍ଷରେ ମତଦାନ କରିବେ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here