ଯେତେଦିନ ପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରାଇସ୍‌, ପେଷ୍ଟିଜ୍‌ ଓ ପେନ୍‌ସନ୍‌ ନମିଳିଛି, ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜ।ରି ରହିବ :ସୌମ୍ୟରଂଜନ ପଟ୍ଟନାୟକ

0
74

କେନ୍ଦୁଝର: ରାଜ୍ୟରେ ବିଗତ ୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରିନାହିଁ । କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅନୁଷ୍ଠିତ ଏକ ବିଶାଳ ଚାଷୀ ସମାବେଶରେ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି,ଧାନର ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି ଓ ତତ୍ସହିତ ଯେତେ ଦିନ ପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରାଇସ୍‌, ପେଷ୍ଟିଜ୍‌ ଓ ପେନ୍‌ସନ୍‌ ନମିଳିବ, ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଜାରି ରଖାଯିବ ।

ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସ୍ଲୋଗ।ନ ଦେଇ ତାରିଣୀ ମନ୍ଦିର ନିକଟରେ ଥିବା ଶାଳ ବଣରୁ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାସ୍ଥଳରେ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଶେଖ ମୁଦିନ୍‌, ଲକ୍ଷ୍ମୀଧର ପ୍ରଧାନ, ଇନ୍ଦ୍ରମଣି ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here