‌ଧାନର ଏମଏସପି ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୋଷ ଲଦ।ଲଦି

0
74

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ନେଇ କେନ୍ଦ୍ର ଓ ର।ଜ୍ୟ ସରକାରଙ୍କ ମଧ୍ୟରେ କଥ। କଟ।କଟି ରାଜନୀତି ଯୋରଧରିଛି । ଶ।ସକ ବିଜେଡ଼ି କେନ୍ଦ୍ରରେ କ୍ଷମତାଶୀନ ବିଜେପି ସରକାରଙ୍କୁ ଦୋଷ ଦେଉଥିବା ବେଳେ ବିଜେପି କହିଛି ନିଜର ଦୋଷ ଦୃବଳତ। ଲୁଚ।ଇବ। ପ।ଇଁ ର।ଜ୍ୟ ସରକାର ବାହାନା କରୁଛନ୍ତିି ।  ଧାନର ଏମଏସପି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଦାବିକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ସିଧାସଳଖ ମନା କରି ଦେଇଛନ୍ତି । ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବନାହିଁ ବୋଲି କହିବା ସହ ଚାଷୀ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି , ତାଠାରୁ ଅଧିକ ୪ଶହ ଟଙ୍କା ଦିଆଯାଉଛି ବୋଲି କହିଛନ୍ତି । ଏହାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଓଡ଼ିଶାର ଚାଷୀଙ୍କ ପତି କେନ୍ଦ୍ରର ଚରମ ଅବହେଳାର ନିର୍ଦଶନ ବୋଲି କହିଛନ୍ତି । ପ୍ରତି କ୍ବିଣ୍ଟ।ଲ ପିଛ। ୫ଶହରୁ ଉର୍ଦ୍ଧଟଙ୍କା ଚାଷୀ କ୍ଷତି ସହୁଛି । ଏପରିସ୍ଥଳେ କେନ୍ଦ୍ର ଧାନର ସହାୟକ ମୂଲ୍ୟ ୧୫୫୦ ଟଙ୍କା କରି ଚୁପ ବସିଛନ୍ତି । ଏହା ରାଜ୍ୟର ଚାଷୀଙ୍କ ପ୍ରତି ବଡ଼ ଅବହେଳା ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିରୋଧି ଦଳନେତା ନରସିଂହ ମିଶ୍ର କହିଛନ୍ତି । ଏମଏସପି ବୃଦ୍ଧିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ଓଡ଼ିଶା ଚାଷୀଙ୍କ ପ୍ରତି ବିଶ୍ୱାସ ଘାତକତା । ରାଜ୍ୟ ବିଧାନସଭାରେ ପାରିତ ପ୍ରସ୍ତାବକୁ କେନ୍ଦ୍ର ଠିକ୍ ଭାବରେ ନନେବା ପରିତାପର ବିଷୟ । ଅପରପକ୍ଷରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ସାରା ଦେଶ ପାଇଁ  କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଛନ୍ତି । ଏବେ ରାଜ୍ୟ ସରକାର ନିଜ ଦୋଷ ଲୁଚାଇବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ରାଜ୍ୟବାସୀ ଏହା ଭଲଭାବରେ ବୁଝିଛନ୍ତି ବୋଲି ସେ କହିଛନ୍ତି । 

LEAVE A REPLY

Please enter your comment!
Please enter your name here