ନୂଆବର୍ଷରେ ସୁରେଶ ନିରଞ୍ଜନ କୋଳ।କୋଳି

0
224

ଭୁୁବନେଶ୍ୱର:ସବୁବେଳେ ଗୋଷ୍ଠୀ କନ୍ଧଳ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ରାଜ୍ୟ କଂଗ୍ରେସରେ ନବବର୍ଷ ଅବସରରେ କିଛି ନୂତନ ଝଲକ ଦେଖିବ।କୁ ମିଳିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ସୁରେଶ କୁମାର ରାଉତରାୟ ମଧ୍ୟରେ ହୋଇଛି କୋଳାକୋଳି। ଯେଉଁଥି ପାଇଁ ଏବେ ସବୁଠି ଚର୍ଚ୍ଚା ଚ।ଲିଛି । ପିସିସି ସଭାପତି ତଥ। ନିଜର ଜ୍ବାଇଁ ପ୍ରସାଦ ହରିଚନ୍ଦନଙ୍କୁ ସୁରକ୍ଷା ଦେବାକୁ ଯାଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଶ୍ରୀ ରାଉତରାୟ । ଏମିତିବି ନିରଞ୍ଜନଙ୍କ ସପକ୍ଷରେ ଯୁକ୍ତି ବାଢୁଥିବା ନେତାଙ୍କ ନ।ମନେଈ ଛେପ ପକ।ଇବ।କୁ ପଛଘୁଚଂ। ଦିଅନ୍ତିନି ଶ୍ରୀ ରାଉତରାୟ। ତେବେ ହଠାତ ନିରଞ୍ଜନଙ୍କ ବାସଭବନରେ ଦେଖିବ।କୁ ମିଳିଥିଲା ଅଦ୍ଭୁତ ମିଳନ ଦୁହେଁ ଦୁହିଁଙ୍କୁ କରିଥିଲେ କୋଳ।କୋଳି ।ଏହି ଘଟଣାକୁ ନେଇ ଏବେ କଂଗ୍ରେସ ନେତାଙ୍କ ମଧ୍ୟରେ ଜୋର ଧରିଛି ଆଲୋଚନା।

ନବବର୍ଷର ସକାଳୁ ଶ୍ରୀ ପଟ୍ଟନାୟକଙ୍କ ବାସଭବନରେ ଦେଖିବାକୁ ମିଳିଥିଲା କଂଗ୍ରେସର କର୍ମୀମାନଙ୍କୁ। ଯେଉଁ ସମୟରେ ସେଠାରେ ପହଞ୍ଚିଥିଲେ ଶ୍ରୀ ରାଉତରାୟ। ଫୁଲତୋଡା ଦେଇ ନିରଞ୍ଜନଙ୍କୁ ସ୍ୱାଗତ କରିବ। ସହ କର ମର୍ଦନ କରିଥିଲେ । ତେବେ ହାତକୁ ହାତ ମିଶାଇ ବେଶ କିଛି ସମୟ ଗପ।ଗପି କରିଥିଲେ। ଯାହାକୁ ଉପସ୍ଥିତ ଥିବା କଂଗ୍ରେସ କର୍ମୀମାନେ ବେଶ ଉତ୍ସାହର ସହ ଦେଖିଥିଲେ। ଏ ବିଷୟରେ ଶ୍ରୀ ରାଉତରାୟ ପତିକ୍ରିୟା ଦେଇ କହିଥିଲେ ତାଙ୍କର ନିରଞ୍ଜନ ବାବୁଙ୍କ ସହ ଭଲ ସମ୍ପର୍କ ରହିଛି। ତେଣୁ ଏହାକୁ ନେଇ ଭିନ୍ନ ଢଙ୍ଗରେ ଦେଖିବା ଉଚିତ ନୁହେଁ। ସେହିପରି ବରିଷ୍ଠ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା କିଛି ନୂଆ କଥା ନୁହେଁ ସୁରଙ୍କ ସହ ତାଙ୍କର କୋଳାକୋଳି ସବୁବେଳେ ଲ।ଗି ରହିଥ।ଏ ।

ସୂଚନାଯୋଗ୍ୟ ନିରଞ୍ଜନଙ୍କୁ ପିସିସି ସଭାପତି କରିବା ଦାବି କରି ବିଧାୟକ ଦଳ ସହ ଅଧିକାଂଶ ନେତା ଯୁକ୍ତି କରୁଥିବା ବେଳେ ନିଜର ଜ୍ୱାଇଁ ତଥା ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମର୍ଥନରେ ଛିଡା ହୋଇ ଚର୍ଚାର ପରିସରକୁ ଆସିଥିଲେ ଶ୍ରୀ ରାଉତରାୟ। ତେବେ ଆଜି ନୂଆ ବର୍ଷରେ ସୁର ଓ ନିରଞ୍ଜନଙ୍କ କୋଳ।କୋଳିକୁ ନେଇ ଏବେ ଜୋର ଧରିଛି ର।ଜ୍ୟ ରାଜନୀତି।

LEAVE A REPLY

Please enter your comment!
Please enter your name here