ପାକିସ୍ତାନକୁ ଟ୍ରମ୍ପ୍‌ କଲେ ତ।ଗିଦ୍, କହିଲେ ନିଆଯିବ କଡ। କ।ର୍ଯ୍ୟନୁଷ୍ଠ।ନ

0
282

ନୂଆଦିଲ୍ଲୀ : ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛି ଆମେରିକା । ପ।କିସ୍ତ।ନ ଆତଙ୍କବାଦ ମୁକାବିଲାରେ ସହଯୋଗ କରୁନଥିବାରୁ କଡ଼ା ଭାଷାରେ ଏହାର ସମାଲୋଚନା କରିଛନ୍ତି ଆମେରିକ।ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିସହିତ ଧମକ ଦେଇଛନ୍ତି ଯେ ଇସଲାମାବାଦକୁ ଦିଆଯାଉଥିବା ବାର୍ଷିକ ୨୫ କୋଟି ଡଲାରର ସହାୟତା ଆମେରିକ। ବନ୍ଦ କରିଦେବ । ଗତ ୧୫ ବର୍ଷରେ ପାକିସ୍ତାନକୁ ୩୩୦୦ କୋଟି ଡଲାରର ସହାୟତା ଦିଆଗଲାଣି। କିନ୍ତୁ ଏହା ବଦଳରେ ଆମେରିକାକୁ ମିଳିଛି ମିଛ ପ୍ରତିଶ୍ରୁତି ଓ ପ୍ରତାରଣା। ପାକିସ୍ତାନର ଏଭଳି ଆଚରଣକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ ଭ।ବରେ କହିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ୍‌ କରି କହିଛନ୍ତି ଯେ ଆମେରିକାର ନେତାମାନଙ୍କୁ ପାକିସ୍ତାନ ମୂର୍ଖ ବୋଲି ଭାବୁଛି। ଏହି କାରଣରୁ ବିଗତ ୧୫ ବର୍ଷ ଧରି ଆମକୁ ଠକି ଚାଲିଛି। ଏହି ସମୟ ମଧ୍ୟରେ ପାକିସ୍ତାନକୁ ସହାୟତା ଆମେରିକାର ବୋକାମି ଥିଲା। ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଲେ, ଆମେ ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଛୁ, ପାକିସ୍ତାନ ସେମାନଙ୍କୁ ଦେଶରେ ଆଶ୍ରୟ ଦେଉଛି। ତେଣୁ ଆତଙ୍କବାଦ ମୁକାବିଲା ବିଶେଷ ଫଳପ୍ରଦ ହେଉନାହିଁ। ପାକିସ୍ତାନର ଏଭଳି ଆଚରଣ ଆଉ ଚଳିବ ନାହିଁ। ଏଥର ଆମେରିକାର ସହାୟତାକୁ ବନ୍ଦ କରିବାକୁ ପଡ଼ିବ।

ଆମେରିକାର ନେତାମାନଙ୍କୁ ବୋକା ଭାବି ପାକିସ୍ତାନ ଛଳନା କରିଆସିଛି ଏବଂ ଆତଙ୍କବାଦୀଙ୍କ ଲାଗି ଏହାର ମାଟିକୁ ଭୂସ୍ୱର୍ଗରେ ପରିଣତ କରିଛି। ତେଣୁ ଆଉ ନୁହେଁ। ମିଛ ଓ ଛଳନାପାଇଁ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ଏ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ କିଏ ସତ କହୁଛି ତାହା ଶୀଘ୍ର ଜଣାପଡ଼ିବ। ବିଶ୍ୱ ସମୁଦାୟ ସମ୍ମୁଖରେ ପାକିସ୍ତାନ ସଂପୂର୍ଣ୍ଣ ତଥ୍ୟ ରଖିବ ।

LEAVE A REPLY

Please enter your comment!
Please enter your name here