ସ।ର। ବିଶ୍ବ ପ।ଳିଲ। ନବବର୍ଷ

0
103

ନୂତନ ବର୍ଷ ୨୦୧୮କୁ ସମଗ୍ର ବିଶ୍ୱବାସୀ ସ୍ବ।ଗତ କରିଛନ୍ତି । ନ୍ୟୁଜିଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଭାବେ ନବବର୍ଷକୁ ଅଭିନନ୍ଦନ ଜଣାଇଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ଉତ୍ସବ ପ।ଳିଛନ୍ତି।

ନବବର୍ଷକୁ ନ୍ୟୁଜିଲାଣ୍ଡବାସୀ ଆତସବାଜି ସହ ସ୍ୱାଗତ କରିଛନ୍ତି। ସେହିଭଳି ଅଷ୍ଟ୍ରେଲିଆର ସିଡ୍ନୀରେ ମଧ୍ୟ ନୂଆବର୍ଷକୁ ବେଶ୍ ଧୁମଧାମରେ ସ୍ୱାଗତ କରାଯାଇଛି। ଏଠାରେ ମଧ୍ୟ ବହୁ ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଆତସବାଜି ଦେଖିବାକୁ୧୫ଲକ୍ଷରୁ ଊର୍ଦ୍ଧ ଲୋକ ଉପଭୋଗ କରିଥିଲେ। ଅଷ୍ଟ୍ରେଲିଆ ମହାଦେଶରୁ ଏହି ନୂଆବର୍ଷର ସ୍ୱାଗତ ଉତ୍ସବ ଧୀରେ ଧୀରେ ବିଶ୍ୱର ଅନ୍ୟ ମହାଦେଶକୁ ବ୍ୟାପିଥିଲା ।

ଭାରତ,ଚାଇନା,ପାକିସ୍ତାନ,ଜାପାନ,ବ୍ରାଜିଲ,ଇଟାଲୀ,ପ୍ୟାରିସ,ହଂକଂ, ସିଙ୍ଗାପୁର ଆଦି ବିଭିନ୍ନ ଦେଶରେ ନବ ବର୍ଷକୁ ବିପୁଳ ଊତ୍ସାହ ଊଦ୍ଦୀପନାର ସହ ଲୋକମାନେ ସ୍ବାଗତ କରିଛନ୍ତି ।ଇଣ୍ଡୋନେସିଆର ରାଜଧାନୀ ଜାକର୍ମତ୍ତାରେ ସମୂହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ହଜାରହଜାର ଦମ୍ପତ୍ତି ।

ଭାରତରେ ମଧ୍ୟ ଏହି ନବ ବର୍ଷକୁ ଧୂମଧାମରେ ପାଳନ କରାଯାଇଛି ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମସ୍ତ ଏହି ନବ ବର୍ଷ ଊତ୍ସବକୁ ଊପଭୋଗ କରିବା ସହ ପରସ୍ପର ପରସ୍ପରକୁ ନବ ବର୍ଷର ଶୁଭ କାମନା ଜଣାଇଛନ୍ତି ।ଭାରତର ମେଟ୍ରୋପୋଲିଟାନ ସହରଗୁଡିକରେ ମଲ,ରେଷ୍ଟୁରାଣ୍ଟ ଏବଂ ବିଭିନ୍ନ ଆକର୍ଷଣୀୟ ସ୍ଥାନମାନଙ୍କୁ ଯାଇ ନବ ବର୍ଷକୁ ପାଳନକରିଛନ୍ତି ।ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭ।ରତର ର।ଜଧ।ନୀ ଦିଲ୍ଲୀରେ କନ୍ନଟ ପ୍ଲେସ,ଇଣ୍ଡିଆ ଗେଟ ଏବଂ ହାଊଜଖାସରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକଙ୍କଭିଡ ଜମିଥିଲା ।କୋଲକାତାରେ ମଧ୍ୟ ଏହି ନବ ବର୍ଷକୁ ଧୂମଧାମରେ ପାଳନ କରାଯାଇଛି ।

ମେଟ୍ରୋ ସିଟି ଗୁଡିକରେ ପବ,ବାର ଓ ରେଷ୍ଟରାଣ୍ଟ ଗୁଡିକ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରବଳ ଜନସମ।ଗମ ଲାଗି ରହିଥିଲା ।ହିମାଚଳ ପ୍ରଦେଶର ସିମଳାଠାରେ ପ୍ରବଳ ଶୀତ ସତ୍ତ୍ବେଲୋକଙ୍କର ବିଭିନ୍ନ ହୋଟେଲରେ ପ୍ରବଳ ଭିଡ ଲାଗି ରହିଥିଲା ।ଲୋକମାନେ ଆନନ୍ଦ ଊଲ୍ଲାସର ସହ ନବ ବର୍ଷକୁ ସ୍ବାଗତ କରିଥିଲେ ।ମୁମ୍ବାଇର ଛତ୍ରପତି ଶିବାଜୀଟରମିନସରେ ନବବର୍ଷକୁ ସ୍ବାଗତ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

ରାଜଧାନୀ ଭୂବନେଶ୍ବର ସମେତ କଟକ,ଅନୁଗୁଳ,ବାଲେଶ୍ବର,ଝାରସୁଗୁଡା,ରାଊରକେଲା ଓ ବ୍ରହ୍ମପୁର ଆଦି ସ୍ଥାନମାନମାନଙ୍କରେଲୋକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନାଚଗୀତରେ ମସଗୁଲ ରହି ନବ ବର୍ଷକୁ ଅଭିନନ୍ଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here