କଟକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ, ପୋଲିସ ଗ।ଡିକୁ ଅଣ୍ଡାମ।ଡ

0
258

କଟକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତକୁ ବିଜେପି ଯୁବମୋର୍ଚ୍ଚା ତରଫରୁ ଜୋରଦାର ବିରୋଧ କର।ଯ।ଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସିଡିଏ ଏବଂ ଯୋବ୍ରା ବ୍ୟାରେଜ୍ ନିକଟରେ ଯୁବମୋର୍ଚ୍ଚା କର୍ମୀ ମାନେ କଳାପତାକା ଦେଖାଇବ। ସହିତ ଚୁଡି ପ୍ରଦର୍ଶନ କରିଥିଲେ । ଏପରିକି ପୋଲିସ୍ ଗାଡିକୁ ଅଣ୍ଡା ମାଡ଼ କରିଥିବା ମଧ୍ୟ ଅଭିଯୋଗ ହୋଇଛି । କମିଶନ ରେଟ୍ ପୋଲିସ୍ ଏହି ଘଟଣାରେ ପ୍ରାୟ ୫୦ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଖବର ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସହର ଏଲଇଡି ଅ।ଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ ସହିତ କଟକ ସିଡ଼ିଏ ସେକ୍ଟର-୭ ଅଂଚଳରେ ୩୦ ଶଯ୍ୟା ବିଶିଷ୍ଟ ସହର ଗୋଷ୍ଠୀ କେନ୍ଦ୍ରର ଉଦଘ।ଟନ ପାଇଁ କଟକ ଯାଇଥିଲେ । ଏହା ବ୍ୟତୀତ କଟକ ବଡ଼ ଡାକ୍ତରଖାନା ପରିସରରେ ୧୫ଶହ ଅ।ସନ ବିଶିଷ୍ଟ ଅଡିଟୋରିୟମ୍ ,ବିଏସସି ନର୍ସିଂ କଲେଜ କୋଠା, ନର୍ସିଂ ଛାତ୍ରୀଙ୍କ ହଷ୍ଟେଲ ମଧ୍ୟ ଉଦଘାଟନ କରିଥିଲେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ସାଇରନ୍ ମାରି ଯୋବ୍ରା ପାଖରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଭାବି ପୋଲିସ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ । ସଙ୍ଗେ ସଙ୍ଗେ ପୋଲିସ ବିକ୍ଷୋଭକାରୀମାନଙ୍କୁ ଧରି ନେଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସେହି ରାସ୍ତା ଦେଇ ଉଦ୍ଘାଟନ ସ୍ଥଳୀକୁ ଯ।ଇଥିଲ। ।

LEAVE A REPLY

Please enter your comment!
Please enter your name here