ନବୀନଙ୍କ ଦୃଷ୍ଟି ଆଢ଼ୁଆଳରେ ନ।ହ।ନ୍ତି ବୈଜୟନ୍ତ !

0
957

ଭୁବନେଶ୍ୱର,: ସମୟ ଥିଲା ବିଜେଡି ଓ ବୈଜୟନ୍ତ ପଣ୍ଡା ଅଙ୍ଗାଙ୍ଗୀ ଭାବେ ଜଡିତଥିଲେ । ସମୟ ବଦଦଳିବ। ସହ ୨୦ ବର୍ଷ ତଳେ ବିଜେଡିର ପ୍ରତିଷ୍ଠା ସମୟରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ବିଜେଡି ଅଣଦେଖ। କରିବା ସହିତ ବହୁ ନେତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କର।ଗଲ। ପୁରୀଠାରେ ବିଜେଡିର ପ୍ରତିଷ୍ଠା ଦିବସରେ କେନ୍ଦ୍ରାପଡା ସାଂସଦ ତଥା ବିଜେଡିର ପ୍ରତିଷ୍ଠାତା ସଭ୍ୟ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ି ଦଳ ପକ୍ଷରୁ ଯେପରି ଅଣଦେଖା କରାଗଲା, ସେଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଦଳ ଆଉ ତାଙ୍କୁ ଚାହୁଁନାହିଁ। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକଦା ଖାସ‍୍‌ ଲୋକ ଥିବାବେଳେ ସମୟକ୍ରମେ ବିବ।ଦିୟ ଟ୍ବିଟ୍ ଓ ଦଳ ବିରୋଧୀ ମନ୍ତବ୍ୟ ପ।ଇଁ ନବୀନଙ୍କ ହ।ତଗଣତିରୁ ବ।ଦ ପଡିଗଲେଣି ।

ବିଜେଡ଼ିର ପ୍ରତିଷ୍ଠା ଉତ୍ସବ ଦିନ ବୈଜୟନ୍ତ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ସମାଧିକୁ ଯାଇ ପୁଷ୍ପମାଲ୍ୟ ଦେଇ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ। ଏହି ଉତ୍ସବରେ ଅନେକ ନେତା ଭାଷଣ ଦେଇଥିଲେ ହେଁ ପ୍ରତିଷ୍ଠାତା ସଦସ୍ୟ ବୈଜୟନ୍ତଙ୍କୁ କହିବାକୁ ମଞ୍ଚ ଉପରକୁ ଡକାଯାଇନଥିଲା। ତ।ଙ୍କ ବହୁ ପରେ ଯେଉଁନେତାମାନେ ବିଜେଡିରେ ଯୋଗଦେଇଥିଲେ ବର୍ତ୍ତମାନ ସେମାନେ ଦଳର ହର୍ତ୍ତକର୍ତ୍ତା ସାଜିଥିବା ଦେଖିବାକୁ ମିଳିଲାଣି। କିନ୍ତୁ ପ୍ରତିଷ୍ଠାତା ସଦସ୍ୟମାନେ ଏବେ ଦଳରେ କୋଣଠେସ। ହେଲେଣି।

ଦଳର କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କ ସମେତ କଟକ ସାଂସଦ ଭତୃର୍ହରି ମହତାବ ଓ ଢେଙ୍କାନାଳ ସାଂସଦ ତଥାଗତ ସତପଥି ବିଭିନ୍ନ ସମୟରେ ଭିନ୍ନ ମତ ପୋଷଣ କରିଆସୁଛନ୍ତି। ଏଥିପାଇଁ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଅନେକ ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖିନ ହେବାକୁ ମଧ୍ୟ ପଡୁଛି। ଏହା ପରେ ବି ଭିନ୍ନ ମତ ପୋଷଣ କରିଥିବା ସାଂସଦ ଭତୃର୍ହରି ମହତାବ ଓ ତଥାଗତ ସତପଥିଙ୍କୁ ପୁରୀ ପ୍ରତିଷ୍ଠା ଦିବସ ଉତ୍ସବରେ ନିଜ ମତ ରଖିବାର ସୁଯୋଗ ମିଳିଥିବାବେଳେ ବୈଜୟନ୍ତ ପଣ୍ଡାଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାଯାଇଛି। ଦଳ ପ୍ରତିଷ୍ଠା ଦିବସ ଆୟୋଜନରେ ମୁଖ୍ୟ ଭୂମିକା ନେଇଥିବା କିଛି ଯୁବ ନେତାମାନେ ବୈଜୟନ୍ତଙ୍କୁ କିପରି କହିବାକୁ ଡକା ନ ଯିବ ସେଥି ପାଇଁ ଗେମ୍ ଖେଳିଥିଲେ ।

ଏ ସମ୍ପର୍କରେ ତ।ଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ପ୍ରତିଷ୍ଠା ଦିବସରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ବ୍ୟବହାର ଏବେ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚାର ବିଷୟବସ୍ତୁ ପ।ଲଟିଛି । ହୁଏତ ଆଗାମୀ ଦିନରେ ସେ ଦଳର ପ୍ରାର୍ଥୀ ନହୋଇ ପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here