ର।ଜନୈତିକ ଯୁଦ୍ଧକ୍ଷେତ୍ର ପ।ଲଟିବ ସୋସିଆଲ ମିଡିଆ

0
114

ଭୁବନେଶ୍ୱର : ଆଜିର ଦିନରେ ସୋସିଆଲ୍ ମିଡିଆର ଗୁରୁତ୍ୱ ଦିନକୁ ଦିନ ବଢୁଥିବାରୁ ଅନ୍ୟ ର।ଜନୈତିକ ଦଳ ଭଳି ବିଜୁ ଜନତା ଦଳ ଏଥିରେ ଯୋଡି ହେବାକୁ ଯାଉଛି । ସୋସିଆଲ୍ ମିଡିଆ ଦ୍ବାରା ଦଳୀୟ କର୍ମୀ, ନେତାଙ୍କ ଭିତରେ ଅଧିକରୁ ଅଧିକ ପ୍ରଚାର ପ୍ରସାର କିପରି ହୋଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କର।ଯ।ଇଛି । ସ।ମ।ଜିକ ଗଣମାଧ୍ୟମରେ ଅତିକମରେ ୧୦ ଲକ୍ଷ ଲୋକଙ୍କ ସହ ଯୋଡିହେବା ପ।ଇଁ ପାଇଁ ବିଜେଡି ଯୋଜନା କରିଛି ।ଏଥିପାଇଁ ସବୁପ୍ରକ।ର ସ।ମ।ଜିକ ଗଣମାଧ୍ୟମ ହ୍ୱାଟ୍ସଆପ୍ ଗ୍ରୁପ୍ ସହ ଫେସବୁକ
ଟ୍ୱିଟର,ଇନ୍ଷ୍ଟାଗ୍ରାମ୍ ଗ୍ରୁପରେ ଦଳୀୟ ନେତାମାନେ ସକ୍ରିୟ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନ। ମୁତାବକ ବହୁ ପୂର୍ବରୁ ବିଜେପି ରାଜ୍ୟରେ ପ୍ରାୟ ୬ ହଜାର ହ୍ୱାଟ୍ସଆପ୍ ଗ୍ରୁପ୍ କରି ଦୈନନ୍ଦିନ ନିଜର ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରିବା ସହ ବିରୋଧୀ ଦଳ ବିରୁଦ୍ଧରେ ପ୍ରଚାର ଚଳାଇଛି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡିନାହିଁ । ଜାତୀୟ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାଙ୍କ ଭାଷଣକୁ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଚାର କରାଯାଉଛି । ବିଜେଡି ପକ୍ଷରୁ ସୋସିଆଲ୍ ମିଡିଆର ବ୍ୟବହାର ନେଇ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାୱାରୀ ଚାଲିଥିବା ଏହି କର୍ମଶାଳା ଆସନ୍ତାକାଲି ଚାଲିବ । ସୋସିଆଲ୍ ମିଡିଆର ବିଶେଷଜ୍ଞମାନଙ୍କୁ ଡକାଯାଇ କିଭଳି ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ସହ ଯୋଗସୂତ୍ର ସ୍ଥାପନ ଓ ଗ୍ରୁପ୍ ତିଆରି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ହେବା ଦ୍ୱାରା ବିଭିନ୍ନ ନେତାଙ୍କର ଟିକିନିଖି ଖବର ଓ ଅଞ୍ଚଳର ସମସ୍ୟାଗୁଡିକ ସିଧାସଳଖ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିପାରିବ ସେଥିପାଇଁ ଜୋରଦାର ପ୍ରୟ।ସ ଆରମ୍ଭ ହୋଇଛି ।

ୱାର୍ଡ ସ୍ତରରୁ ଆରମ୍ଭ କରି ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ଏହି ଗ୍ରୁପରେ କିପରି ସଂଯୋଗ ହେବେ ଦଳ ପକ୍ଷରୁ ବିଧାୟକ ଓ ବରିଷ୍ଠ ଅଧିକାରୀମାନଙ୍କର ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମଧ୍ୟ ଗଠନ କରାଯିବ । ଏହାଛଡା ପରବର୍ତ୍ତୀ ସମୟରେ ବିଧାୟକମାନେ ନିଜ ନିଜର କର୍ମୀଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବେ । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ତୃଣମୂଳସ୍ତରର ଲୋକଙ୍କ ନିକଟରେ ପହଞ୍ଚୃବା ପାଇଁ ଏହି ଯୋଜନା କରାଯାଉଛି ବୋଲି ଅରୁଣ ସ।ହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here